ଗୃହପାଳିତ ପଶୁଙ୍କ ସହ ଅଧିକ ସମୟ ବିତାଇଲେ ବୃଦ୍ଧାବସ୍ଥା ଶୀଘ୍ର ଆସିବ ନାହିଁ: ରିପୋର୍ଟ

ନୂଆଦିଲ୍ଲୀ : ମନୁଷ୍ୟ ସର୍ବଦା ଗୃହପାଳିତ ପଶୁଙ୍କ ସହ ରହିଆସିଛି | ତେବେ ଗୃହପାଳିତ ପଶୁଙ୍କ ସହ ରହିଲେ କି ଲାଭ ମିଳେ ତାହା ଉପରେ ଏକ ନୂଆ ତଥ୍ୟ ଆସିଛି | ଗୃହପାଳିତ ପଶୁଙ୍କ ସହ ରହୁଥିବା ବ୍ୟକ୍ତି ଶୀଘ୍ର ବୁଢା ହୁଅନ୍ତି ନାହିଁ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି | ବୟସ୍କ ବ୍ୟକ୍ତିଙ୍କୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା |

ବୟସ୍କ ବ୍ୟକ୍ତିମାନେ ଗୃହପାଳିତ ପଶୁପକ୍ଷୀଙ୍କ ସହ ସମୟ ଅତିବାହିତ କଲେ ସେମାନଙ୍କ ଠାରେ ବୃଦ୍ଧାବସ୍ଥା ବିଳମ୍ବରେ ଆସିଥାଏ । ନିକଟରେ ମିଶିଗନ ୟୁନିଭରସିଟି ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି । ୬୫ ବର୍ଷରୁ ଅଧିକ ବୟସର ୧୩୬୯ ଜଣ ବ୍ୟକ୍ତିଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.