Below header

ନୀଳ ରକ୍ତର କରାମତି, ଲିଟର ପିଛା ଦାମ ୧୦ ଲକ୍ଷ ଟଙ୍କା

ସମସ୍ତେ କହିଥାନ୍ତି ରକ୍ତର ରଙ୍ଗ ଲାଲ । ମାତ୍ର ଏମିତି କିଛି ଜୀବ ଅଛନ୍ତି ଯାହାର ରକ୍ତର ରଙ୍ଗ ନୀଳ । ନୀଳ ରଙ୍ଗର ରକ୍ତର ମୂଲ୍ୟ ବି କମ୍‌ ନୁହେଁ । ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ ଯେ ୧ ଲିଟର ରକ୍ତର ମୂଲ୍ୟ ୧o ଲକ୍ଷରୁ ଅଧିକ ଟଙ୍କା । ଏହା ମେଡ଼ିକାଲ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ ।

ଏମାନଙ୍କ ରକ୍ତରେ ଆମେବୋସାଇଟିସ୍‌ ଅଛି ଯାହା ହ୍ଵାଇଟ୍‌ ବ୍ଲଡ଼୍‍ ସେଲ୍‌ (ଡବ୍ଲ୍ୟୁବିସି) ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଡବ୍ଲ୍ୟୁବିସି ମନୁଷ୍ୟର ରୋଗ ପ୍ରତିଶୋଧକ ଶକ୍ତିକୁ ବଢ଼ାଇବା ସଙ୍ଗେ ଶରୀରରେ ଭୁତାଣୁ ବିରୋଧରେ ଲଢ଼ିଥାଏ । ଏହି ରକ୍ତରେ ଥିବା ଉପାଦାନ ମନୁଷ୍ୟର ବିଭିନ୍ନ ଅଙ୍ଗ ନିଷ୍କ୍ରିୟ ହେବାକୁ ଏହା ରୋକିଥାଏ ।

ହର୍ସ ଶୁ ଘୋଡ଼ା ବା ଟାପୁ ଭଳି ଦିଶୁଥିବା ଏହା ଏକ ଦୁର୍ଲଭ ପ୍ରଜାତିର କଙ୍କଡ଼ା । ଏହା ଦୁନିଆର ସବୁଠାରୁ ପୁରୁଣା ଜୀବମାନଙ୍କ ମଧ୍ୟରୁ ଗୋଟିଏ ।ପୃଥିବୀରେ ପ୍ରାୟ ୪୫ କୋଟି ବର୍ଷରୁ ଏହା ରହିଛି ।

ଏହି କଙ୍କଡ଼ା  ଫେବ୍ରୁଆରୀରୁ ମେ-ଜୁନ ମାସ ଯାଏଁ ଆଟଲାଣ୍ଟିକ, ହିନ୍ଦ ଓ ପ୍ରଶାନ୍ତ ମହାସାଗରେ ଦେଖାଯାଆନ୍ତି  । ଏମାନଙ୍କ ରକ୍ତର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧o ଲକ୍ଷରୁ ଅଧିକ ଟଙ୍କା ।  ଦୁନିଆର ସବୁଠାରୁ ଦାମୀ ତରଳ ପଦାର୍ଥ ବୋଲି ଏହାକୁ ମଧ୍ୟ କୁହାଯାଏ ।

ବିଭିନ୍ନ ଔଷଧ ପ୍ରସ୍ତୁତି ପାଇଁ ଏହି କଙ୍କଡ଼ାର ରକ୍ତକୁ ବ୍ୟବହାର କରାଯାଇଥାଏ । ପ୍ରାୟ ୧୯୭୦ ମସିହାରୁ ବୈଜ୍ଞାନିକମାନେ ଏହି କଙ୍କଡ଼ାର ରକ୍ତକୁ ବ୍ୟବହାର କରୁଛନ୍ତି ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, ପ୍ରତ୍ୟେକ ବର୍ଷ ପାଞ୍ଚ କୋଟି ହର୍ସ ଶୁ କଙ୍କଡ଼ା ମେଡ଼ିକାଲ କାର୍ଯ୍ୟରେ  ବ୍ୟବହାର କରାଯାଉଛି।
ଏହି କଙ୍କଡ଼ାର ରକ୍ତକୁ ତାଙ୍କ ହୃଦୟ ନିକଟରେ ଗର୍ତ୍ତ କରାଯାଇ କିଛି ପରିମାଣରେ ବାହାର କରି ପୁଣି ସମୁଦ୍ରକୁ ଛାଡ଼ି ଦିଆଯାଇଥାଏ ।
ବର୍ତ୍ତମାନ ଏହି କଙ୍କଡ଼ା ଚାରିଟି ପ୍ରଜାତିର ଥିବାବେଳେ କିଛି ପ୍ରଜାତି ଶିକାର ଓ ପ୍ରଦୂଷଣ କାରଣରୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.