ଆରବ ସାଗରରେ ଜରୁରୀକାଳୀନ ଅବତରଣ କଲା ଓଏନ୍‌ଜିସି ହେଲିକପ୍ଟର, ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଓଏନଜିସି ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଆରବ ସାଗରରେ ଓଏନଜିସି ହେଲିକପ୍‌ଟରର ଜରୁରୀ ଅବତରଣ। ୭ଜଣ ଯାତ୍ରୀ ଓ ୨ପାଇଲଟ ସହ ହେଲିକପ୍‌ଟରର ଆରବ ସାଗରରେ ଓଏନଜିସି ନିକଟରେ ଜରୁରୀ ଅବତରଣ। ମୁମ୍ବାଇର ଓନଏଜିସିର ସାଗର କିରଣ ଠାରେ ଅବତରଣ କରିଛି ହେଲିକପ୍‌ଟର। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଓଏନଜିସି ପକ୍ଷରୁ କୁହାଯାଇଛି। ଇଣ୍ଡିଆନ କୋଷ୍ଟ ଗାର୍ଡ ସମସ୍ତଙ୍କୁ ଉଦ୍ଧାର କରିଛି।

ତେବେ କେଉଁ କାରଣରୁ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଆରବ ସାଗରରେ ଓଏନ୍‌ଜିସିର ଅନେକ କାରଖାନା ଓ ଇନ୍‌ଷ୍ଟଲେସନ୍‌ ରହିଛି। ଯାହା ସମୁଦ୍ର ତଳେ ଥିବା ଜଳଭଣ୍ଡାରରୁ ତୈଳ ଏବଂ ଗ୍ୟାସ୍‌ ଉତ୍ପାଦନ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.