ଅକ୍ସଫାମ ରିପୋର୍ଟ ଦେଲା ଚାଞ୍ଚଲ୍ୟକାର ତଥ୍ୟ: ଭାରତର ୧ ପ୍ରତିଶତ ଧନୀ ବ୍ୟକ୍ତିଙ୍କ ପାଖରେ ରହିଛି ଦେଶର ୪୦ ପ୍ରତିଶତ ସଂପତ୍ତି

କେନ୍ୟୁଜ୍(ବ୍ୟୁରୋ): ଭାରତର ୧ ପ୍ରତିଶତ ଧନୀ ବ୍ୟକ୍ତିଙ୍କ ପାଖରେ ରହିଛି ଦେଶର ୪୦ ପ୍ରତିଶତ ସଂପତ୍ତି। କରୋନା ପରେ ଦେଶରେ ଧନୀ ଅଧିକ ଧନୀ ଓ ମଧ୍ୟବିତ୍ତଙ୍କ ପାଖରେ ସଂପତ୍ତି ହ୍ରାସ ପାଇଥିବା ଅକ୍ସଫାମ ରିପୋର୍ଟରେ ପ୍ରକାଶ ପାଇଛି। କୋଭିଡ ମହାମାରୀ ପରେ ଦେଶରେ ବଢିଛି ଧନୀ-ଗରିବ ଅସମାନତା। ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ମହାମାରୀ କାଳରେ ଭାରତର କୋଟିପତିଙ୍କ ସଂପତ୍ତିରେ ୧୨୧ ପ୍ରତିଶତ ବୃଦ୍ଧି ହୋଇଛି।

ପ୍ରତିଦିନ ପ୍ରାୟ ବୃଦ୍ଧି ସଂପତ୍ତିର ପରିମାଣ ପ୍ରାୟ ୩ହଜାର ୬୦୮ କୋଟି। ୱାର୍ଲଡ ଇକୋନୋମିକ ଫୋରମର ବାର୍ଷିକ ବୈଠକ ପୂର୍ବରୁ ପ୍ରକାଶ ପାଇଛି ଅସମାନତା ରିପୋର୍ଟ। ରିପୋର୍ଟ ଅନୁଯାୟୀ, ଦେଶର ନିମ୍ନଭାଗରେ ଥିବା ଜନସଂଖ୍ୟାର ଅର୍ଦ୍ଧେକଙ୍କ ପାଖରେ ମାତ୍ର ୩ପ୍ରତିଶତ ସଂପତ୍ତି ରହିଛି। ଭାରତର ସବୁଠାରୁ ଅଧିକ ୧୦ଜଣ ଧନୀଙ୍କ ଉପରେ ୫ପ୍ରତିଶତ କର ଲାଗୁ କରାଗଲେ ସ୍କୁଲ ଛାଡ଼ିଥିବା ଶିଶୁଙ୍କୁ ପୁଣି ସ୍କୁଲ ଫେରାଇ ଆଣିବାକୁ ଅର୍ଥ ମିଳିପାରିବ ବୋଲି ରିପୋର୍ଟରେ କୁହାଯାଇଛି।

ଦେଶରେ ଲିଙ୍ଗଗତ ଅସମାନତା ମଧ୍ୟ ବଢିଛି। ଜଣେ ମହିଳା ଶ୍ରମିକଙ୍କୁ ସମାନ କାର୍ଯ୍ୟ ପାଇଁ ୬୩ ପଇସା ମିଳୁଥିବା ବେଳେ ସେଠାରେ ପୁରୁଷ ଶ୍ରମିକଙ୍କୁ ଏକ ଟଙ୍କା ମିଳୁଛି। ଏବେବି ଦେଶର ୮୦ପ୍ରତିଶତରୁ ଅଧିକ ଲୋକ କୋଟିପତି ଓ ବିଭିନ୍ନ ନିଗମ ମାନଙ୍କ ଉପରେ ଟିକସ ଲାଗୁକୁ ସମର୍ଥନ କରୁଥିବା ରିପୋର୍ଟରେ କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.