ଆତଙ୍କବାଦୀଙ୍କ ହାତରେ ଡ୍ରୋନ୍, ଘନଉଛି ବିପଦ 

‘ସୟନେ ସପନେ ଜାଗରଣେ କେବଳ ଭାରତ ହିଁ ଭାରତ । ଉଠିଲେ ବସିଲେ ଶୋଇଲେ କେବଳ ଭାରତ କଥା ଭାବୁଛନ୍ତି ଉଭୟ ବେଇମାନ ପଡ଼ୋଶୀ ପାକିସ୍ତାନ ଓ ଚୀନ୍ । କେମିତି ହିନ୍ଦୁସ୍ତାନକୁ ପାନେ ଦେବେ ଦିନରାତି ରଚୁଛନ୍ତି ଷଡ଼ଯନ୍ତ୍ର । ଭାରତ ଉପରେ ପୁଣି ଥରେ ଘନେଇଛି ଡ୍ରୋନ୍ ଆକ୍ରମଣର ବିପଦ । ବାରମ୍ବାର ଚେତାବନୀ ସତ୍ତ୍ବେ ନିଜର ଚାଲ୍ ଚଲାଇଚାଲିଛି ପାକିସ୍ତାନ । ଏବେ ଚୀନ ସହ ମିଶି ଭାରତ ବିରୋଧରେ ଆଉ ଏକ ବଡ଼ ଷଡ଼ଯନ୍ତ୍ର କରୁଛି ପାକ୍ । ବନାଉଛି ସାଙ୍ଘାତିକ ଯୋଜନା । ଏହାକୁ ସଫଳ ରୂପ ଦେବା ପାଇଁ ଚୀନଠାରୁ କିଣୁଛି ହାଇଟେକ୍ ଡ୍ରୋନ୍ ।

ଏହି ଡ୍ରୋନ ହେଉଛି ହାଇଟୋକ୍ନୋଲୋଜିର । ଯଦି ଏହାର ବ୍ୟବହାର କରାଯାଏ ତେବେ ବିପୁଳ କ୍ଷତି ସହିବ ଭାରତ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ବି ଚୀନଠାରୁ ଏହି ନୂଆ ଟେକ୍ନୋଲୋଜିର ଡ୍ରୋନ୍ କିଣିଛି । ଏହାର ବଡ଼ ଦିଗ ଏହା ବର୍ଷା ଋତୁରେ ବି ଚାଲିପାରେ ତେଣୁ ପାଣିକୁ ନେଇ କୌଣସି ବିପଦ ନାହିଁ । ଭୂପୃଷ୍ଠରୁ ୮ଶହ ମିଟର ପର‌୍ୟ୍ୟନ୍ତ ଉଚ୍ଚତାରେ ଗୋଟିଏ ଥରରେ ୧୫ରୁ ୨୦ କିଲୋମିଟର ଯାଏଁ ଉଡ଼ିପାରେ ।

ଏହାକୁ ଅତି ସହଜରେ ଟ୍ରାକ୍ କରିବା ସମ୍ଭବ ନୁହେଁ । ଗୁଇନ୍ଦା ତଥ୍ୟ ମୁତାବକ, ଆଇଏସ୍ଆଇ ଏହି ଡ୍ରୋନକୁ ଲସ୍କର ଓ ଜୈସ ଭଳି ଆତଙ୍କବାଦୀ ସଂଗଠନକୁ ସପ୍ଲାଏ କରିଛି । ଥରେ ଚିନ୍ତା କରନ୍ତୁ ଏଲ୍ଓସି ଓ ପିଓକେରେ ସକ୍ରୀୟ ଥିବା ଏହି ଦୁଇ ଆତଙ୍କବାଦୀ ସଂଗଠନ କିଭଳି ଭାବେ ଏହି ଡ୍ରୋନ୍ ବଳରେ ଭାରତ ପାଇଁ ବିପଦ ସାବ୍ୟସ୍ତ ହେବେ ।

 ପୂର୍ବରୁ ଚୀନ ପାକିସ୍ତାନକୁ ନିଜର ଆଣ୍ଟି ସିପ୍ ମିଶାଇଲ ସିଏମ୍-୫୦୧-ଜିଏ ବିକ୍ରି କରିଥିଲା । ପାକିସ୍ତାନ ନୌସେନା ଦ୍ବାରା ବ୍ୟବହୃତ ଜେଡ୍-୯ ହେଲିକାପ୍ଟରରେ ଏହି ମିସାଇଲ୍ର ବ୍ୟବହାର କରାଯାଉଛି । ଏହି ମିସାଇଲଗୁଡ଼ିକର ଟାର୍ଗେଟ୍ରେ ରହିଛି ଭାରତୀୟ ଯୁଦ୍ଧପୋତ । ଗୋଟିଏ ପଟେ ଭାରତ ପାକିସ୍ତାନ ମଧ୍ୟରେ ସଂପର୍କର ଖରାପ ସ୍ଥିତ, ଅନ୍ୟପଟେ ଚୀନ ସହ ବି କିଛି ଠିକ୍ ନାହିଁ ସଂପର୍କ । ଏଭଳି ସମୟରେ ଉଭୟ ଶତ୍ରୁ ରାଷ୍ଟ୍ରର ଏମିତି ଷଡ଼ଯନ୍ତ୍ର ଭାରତ ପାଇଁ ଭାରୀ ପଡ଼ିପାରେ ।

୫ ମେ ୨୦୨୦ରେ ପୂର୍ବ ଲଦାଖ ଅଂଚଳ ପ୍ୟାଙ୍ଗୋଙ୍ଗ ଲେକ୍ରେ ଚୀନର ପିଏଲ୍ଏ ସହ ଉତ୍ତେଜନାମୂଳକ ପରିସ୍ଥିତି ପରେ ଏଲ୍ଏସିରେ ଗରମ ରହିଛି ମାହୋଲ । ଉଭୟ ପଟୁ ହଜାର ହଜାର ସୈନିକ ଓ ଅସ୍ତ୍ରଶସ୍ତ୍ର ଠୁଳ କରାଯାଇଥିଲା । ଯଦିଓ କୂଟନୈତିକ କଥାବାର୍ତ୍ତା ପରେ ଗୋଗରା ପଏଣ୍ଟରୁ ସୈନିକ ପଛକୁ ହଟାଇବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ ବି ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାରେ ଉଭୟ ପକ୍ଷ ୫୦ରୁ ୬୦ହଜାର ସୈନିକ ଠୁଳ କରିଛନ୍ତି । ଏବେ ଉଭୟ ରାଷ୍ଟ୍ର ମିଶି ଆତଙ୍କୀ ହାତରେ ଅସ୍ତ୍ର ଦେଇ ରଚୁଛନ୍ତି ଭୟଙ୍କର ପ୍ଲାନ ଯାହା ଭାରତ ପାଇଁ ପଡ଼ିପାରେ ମହଙ୍ଗା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.