Below header

ପାକିସ୍ତାନ ସେନାର ମୁଖପାତ୍ରଙ୍କ ବିବାଦୀୟ ଟ୍ବିଟ, ଓଡିଶାର ଧର୍ମକୁ ନେଇ କଲେ ଏମିତି ପୋଷ୍ଟ

ପାକିସ୍ତାନ ସେନାର ମୁଖପାତ୍ର ଅସିଫ ଗଫୁରଙ୍କ  ବିବାଦୀୟ ଟ୍ବିଟ, ଖ୍ରୀଷ୍ଟମାସରେ ଓଡିଶାର ଖ୍ରୀଷ୍ଟଧର୍ମବାଲମ୍ବୀ ମାନଙ୍କୁ ଜଣାଇଲେ ଶୁଭେଚ୍ଛା। ସେ ନିଜ ଟ୍ବିଟର ପୋଷ୍ଟରେ ଲେଖିଛନ୍ତି ଯେ ଓଡିଶା ଭଳି ହିନ୍ଦୁତ୍ବ ରାଜ୍ୟରେ ଖ୍ରୀଷ୍ଟଧର୍ମାବଳମ୍ବୀ ମାନଙ୍କୁ ଖ୍ରୀଷ୍ଟମାସରେ ଶୁଭେଚ୍ଛା।ଏହି ପୋଷ୍ଟକୁ ନେଇ ଏବେ ଉପୁଜିଛି ବିବାଦ। ଭାରତର ଅନ୍ୟ ରାଜ୍ୟ ଥାଉ ଥାଉ ଗୁଫର କାହିଁକି ଓଡିଶା ଭଳି ରାଜ୍ୟର ଧର୍ମକୁ ନେଇ ମତଭେଦର କଟକ୍ଷା କଲେ  ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଓଡିଶାକୁ ନେଇ ଅସିଫଙ୍କର କିଛି ଦୁର୍ବଳତା ଅଛି ନା ନିଜର ଆପଣାର କେହି ଓଡିଶାରେ  ଅଛନ୍ତି  ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଓଡିଶା ଭଳି ରାଜ୍ୟରେ ଗୁଫର ଯେଉଁଭଳି ମନ୍ତବ୍ୟ ଟ୍ବିଟରରେ ଦେଇଛନ୍ତି ତାହା ଏକ ମୁର୍ଖାମୀର ପରିଚୟ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏହା ଭିତରେ ଆଉ ଏକ କଥା ସାମ୍ନାକୁ ଆସୁଛି ଆଉ ତାହା ହେଉଛି ଗୁଫର ଏଭଳି  ବିବାଦୀୟ ଟ୍ବିଟ କରି ଓଡିଶାର ସର୍ବଭୌମତ୍ବକୁ କ୍ଷୀର୍ଣ୍ଣ କରିବାକୁ ବୋଧହୁଏ ଅପଚେଷ୍ଟା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.