Below header

ବିଶେଷସୂତ୍ରରୁ ପଡିଛି ଜଣା : ଏୟାରଷ୍ଟାଇକ୍ ପରେ ପାକ୍ ଆତଙ୍କବାଦୀଙ୍କୁ ଆଫଗାନୀସ୍ତାନରେ ମିଳୁଛି ଟ୍ରେନିଂ, ଏନେଇ ଭାରତୀୟ ଦୂତାବାସକୁ କରାଯାଇଛି ସତର୍କ

ଭାରତ ପକିସ୍ତାନ ମଧ୍ୟରେ ସବୁବେଳେ ଲାଗିରହିଥାଏ କିଛି ନା କିଛି ବିବାଦ। ବାଲାକୋଟ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନର ବିଭିନ୍ନ ଆତଙ୍କବାଦୀ ସଙ୍ଗଠନକୁ ପ୍ରସ୍ତୁତ କରୁଥିବା ଏବେ ଖବର ଆସିଛି। ଖବର ଅନୁସାରେ, ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବାର ଆତଙ୍କବାଦୀମାନେ ଆଫଗାନିସ୍ତାନର ବିଭିନ୍ନ ସ୍ଥାନକୁ ସେମାନଙ୍କ ତାଲିମ କ୍ୟାମ୍ପ କରିଛନ୍ତି। ପୂର୍ବରୁ ଥିବା କ୍ୟାମ୍ପ ଗୁଡିକୁ ସେଠାକୁ ସ୍ଥାନାନ୍ତର କରିନେଇଛନ୍ତି । ସୂଚନା ଅନୁଯାୟୀ, ଆଫଗାନିସ୍ଥାନର କାନ୍ଦାହାର, କୁନ୍ନାର ଓ ନୁରିସ୍ଥାନ ଆଦି ସ୍ଥାନରେ ଚାଲିଛି ଏହି ତାଲିମ ଶିବିର ।

army

ତେବେ ଏବେ ପାକିସ୍ତାନୀ ଆତଙ୍କବାଦୀ ଏକୁଟିଆ ନାହାନ୍ତି ତାଙ୍କ ସହ ହାତ ମିଳାଇଛନ୍ତି ଆଫଗାନିସ୍ତାନର ଆତଙ୍କବାଦୀ ସଙ୍ଗଠନ ତାଲିବାନ ଓ ଅନ୍ୟାନ୍ୟ ବିଦ୍ରୋହୀ ଗୋଷ୍ଠୀ । ତେବେ ବିଭିନ୍ନ ଆନ୍ତଃରାଷ୍ଟ୍ରୀୟ ସଂଙ୍ଗଠନରୁ ପ୍ରଭାବ ପଡୁଥିବା ପରେ ମଧ୍ୟ ତାହାକୁ ଅଣଦେଖା କରି ଲସ୍କର ଓ ଜୈଶର ଆତଙ୍କବାଦୀ ସଙ୍ଗଠନ ଆଫଗାନିସ୍ତାନକୁ ନିଜର ତାଲିମ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି ।

ନିଶ୍ଚିତ ପଢ଼ନ୍ତୁ: ଅଲଗା ଜାତିରେ ବିବାହ କରିଥିବାରୁ ମିଳିଲା ଏହି କଠୋର ଦଣ୍ଡ, ପତିଙ୍କ…

ଆଫଗାନିସ୍ତାନରେ ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନଗୁଡିକର କ୍ୟାମ୍ପ ସ୍ଥାନାନ୍ତରିତ ହେବା ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ଏନେଇ କରାଯାଇଛି ସତର୍କ । ଏପରିକି କାବୁଲରେ ଥିବା ଭାରତୀୟ ଦୂତାବାସକୁ ବାରମ୍ବାର ଟାର୍ଗେଟ କରାଯାଉଥିବାରୁ ତାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.