Below header

ବିଶ୍ୱକପ୍ : ହାଇଭୋଲଟେଜ୍ ମୁକାବିଲାର ପ୍ରାରମ୍ଭ, ୧୧ ବର୍ଷ ପରେ ପୁଣି ମୁହାଁମୁହିଁ ହେବେ କୋହଲି ଓ ଓ୍ଵିଲିୟମସନ୍‌

ଆସନ୍ତା ମଙ୍ଗଳବାର ବିଶ୍ୱକପ୍ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ପୁଣି ଥରେ ବିଶ୍ୱକପ୍ ସେମିଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳର ଅଧିନାୟକ ବିରାଟ କୋହଲି ଓ ନ୍ୟୁଜିଲାଣ୍ଡ ଅଧିନାୟକ ଓ୍ଵିଲୟମସନ୍ । ୨୦୦୮ ଅଣ୍ଡର ୧୯ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଥିଲା ଭାରତ । ସେତେବେଳେ ଏହି ଦୁଇ ଅଧିନାୟକ ଅଣ୍ଡର ୧୯ ଟିମର ମଧ୍ୟ ଅଧିନାୟକ ଥିଲେ । ଏବେ ପୁଣି ଥିରେ ୧୧ ବର୍ଷ ପରେ ବିଶ୍ୱକପ୍ ସେମିଫାଇନାଲରେ ଏକାଠି ହେବେ । ୨୦୦୮ ଅଣ୍ଡର ୧୯ ବିଶ୍ୱକପ୍ରେ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ନ୍ୟୁଜିଲାଣ୍ଡ କରିଥିଲା ୨୦୫ ରନ୍ ।

ନିଶ୍ଚିତ ପଢ଼ନ୍ତୁ:ବିରାଟ ପୂରଣ କଲେ ପ୍ରତିଶୃତି, ପ୍ରିୟ ଫ୍ୟାନ ଚାରୁଲତାଙ୍କୁ ମ୍ୟାଚ୍ ଟିକେଟ ସହିତ ପଠାଇଲେ ସ୍ପେଶାଲ ମେସେଜ୍

ଭାରତ ୪୧ ଓଭରରେ ୭ ଓ୍ଵିକେଟ୍ ହରାଇ ୧୯୧ ରନ୍ କରିଥିଲା । ହେଲେ ଡିଏଲ୍ ମେଥଡରେ ବିଜୟୀ ହୋଇଥିଲା ଭାରତ । ସେତେବେଳେ ନ୍ୟୁଜିଲାଣ୍ଡ ଅଣ୍ଡର ୧୯ ଟିମରେ ଥିଲେ ଟିମ୍ ସାଉଦି ଓ ଟ୍ରେଣ୍ଡ ବୋଲ୍ଟ । ଏହି ଦୁଇ ଖେଳାଳି ମଧ୍ୟ ବର୍ତ୍ତମାନର ନ୍ୟୁଜିଲାଣ୍ଡ ଦଳରେ ଥିଲେ । ସେହିପରି ଭାରତୀୟ ଅଣ୍ଡର ୧୯ ଦଳରେ ଥିଲେ ରବିନ୍ଦ୍ର ଜାଡେଜା । ସେ ମଧ୍ୟ ଭାରତୀୟ ବିଶ୍ୱକପ୍ ଦଳରେ ଅଛନ୍ତି । ଶ୍ରୀଲଙ୍କା ବିପକ୍ଷ ଶେଷ ଲିଗ୍ ମ୍ୟାଚରେ ସେ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିଲେ । ପୁଣି ଥରେ ସେମିଫାଇନାଲରେ ଜାଜେଡାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ ।

U-19

୧୧ ବର୍ଷ ପୂର୍ବରୁ : ୧୯ ବର୍ଷରୁ କମ୍‌ ଦଳର ଅଧିନାୟକ ଥିବା ବେଳେ କୋହଲି ଓ ଓ୍ଵିଲିୟମ୍‌ସନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.