ହିଂସାକାଣ୍ଡ ଓ ଅସ୍ଥିରତା ପାଇଁ ଡ୍ରୋନ ମାଧ୍ୟମରେ ଭାରତକୁ ଅସ୍ତ୍ରଶସ୍ତ୍ର ପଠାଉଛି ପାକିସ୍ତାନ
ଭାରତୀୟ ସୀମାରେ ସେନାଙ୍କ ପକ୍ଷରୁ କଡା ଯାଞ୍ଚ ପରେ ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇବାର ନୂଆ ମାଧ୍ୟମ ଆପଣାଇଛି । ଭାରତରେ ଅସ୍ଥିରତା ଓ ହିଂସାକାଣ୍ଡ ସୃଷ୍ଟି କରିବାକୁ ପାକିସ୍ତାନ ପକ୍ଷରୁ ନିୟମିତଭାବେ ଡ୍ରୋନ ମାଧ୍ୟମ ଅସ୍ତ୍ରଶସ୍ତ୍ର ପଠାଯାଉଛି । ଏସବୁ ଅସ୍ତ୍ରଶସ୍ତ୍ର ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀଙ୍କ ହାତକୁ ଯାଉଛି । ନିକଟରେ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ରାକେଟୟକୁ ଗିରଫ କରିଛି ପଂଜାବ ପୁଲିସ ।
ମୋହାଲି : ଭାରତୀୟ ସୀମାରେ ସେନାଙ୍କ ପକ୍ଷରୁ କଡା ଯାଞ୍ଚ ପରେ ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇବାର ନୂଆ ମାଧ୍ୟମ ଆପଣାଇଛି । ଭାରତରେ ଅସ୍ଥିରତା ଓ ହିଂସାକାଣ୍ଡ ସୃଷ୍ଟି କରିବାକୁ ପାକିସ୍ତାନ ପକ୍ଷରୁ ନିୟମିତଭାବେ ଡ୍ରୋନ ମାଧ୍ୟମ ଅସ୍ତ୍ରଶସ୍ତ୍ର ପଠାଯାଉଛି । ଏସବୁ ଅସ୍ତ୍ରଶସ୍ତ୍ର ଗ୍ୟାଙ୍ଗଷ୍ଟାର ଓ ଆତଙ୍କବାଦୀଙ୍କ ହାତକୁ ଯାଉଛି । ନିକଟରେ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ରାକେଟୟକୁ ଗିରଫ କରିଛି ପଂଜାବ ପୁଲିସ ।
ଅଭିଯୁକ୍ତମାନେ ହେଲେ ଗୁରୁଦାସପୁରର ଡେରା ବାବା ନାନକର ବାସିନ୍ଦା ମଲକିତ ସିଂହ ଓରଫ ପିସ୍ତଲ ଏବଂ ଗୁରୁଦାସପୁରନିବାସୀ ମୋହିତ ଓରଫ ରିକି। ଉଭୟ ଅଭିଯୁକ୍ତ ପାକିସ୍ତାନରୁ ଡ୍ରୋନ ଯୋଗେ ପଞ୍ଜାବକୁ ଆସୁଥିବା ବିସ୍ଫୋରକ, ହ୍ୟାଣ୍ଡ ଗ୍ରେନେଡ୍, ଆସଲ୍ଟ ରାଇଫଲ, ଜିଗାନା ପିସ୍ତଲ, ଗୋଳାବାରୁଦ ସଂଗ୍ରହ କରି ଗ୍ୟାଙ୍ଗଷ୍ଟର ନିକଟକୁ ପଠାଉଥିଲେ ।
ମୋହାଲି ରାଜ୍ୟ ସ୍ପେଶାଲ ଅପରେସନ୍ ସେଲ୍ (ଏସଏସଓସି) ଅଭିଯୁକ୍ତଙ୍କୁ ଗିରଫ ପରେ ଏହି ତଥ୍ୟ ଜଣାପଡିଛି । ଏହି ଅଭିଯୁକ୍ତମାନଙ୍କ ମୋବାଇଲରୁ ୪ ଜଣ ପାକିସ୍ତାନ ଚୋରାଚାଲାଣକାରୀଙ୍କ ନମ୍ବର ମିଳିଛି । ଏମାନେ ପାକିସ୍ତାନ ସହ ଯୋଗାଯୋଗ କରି ପଞ୍ଜାବର ଅପରାଧୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲେ। ଏଥିପାଇଁ ସେମାନଙ୍କୁ ପ୍ରତି ଡେଲିଭରି ପାଇଁ ୧ ଲକ୍ଷ ଟଙ୍କା ମିଳୁଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ଏହି ଗ୍ୟାଙ୍ଗରେ ଆହୁରି ଅନେକ ସମ୍ପୃକ୍ତ ଥିବା ସଂଦେହ କରାଯାଉଛି ।