India କୁ Endia ଲେଖି ଲୋକହସାର ଶିକାର ହେଲେ ପାକିସ୍ତାନୀ ମନ୍ତ୍ରୀ, ଭାରତୀୟ କହିଲେ- “ଭାଇ ତୁ ଉର୍ଦ୍ଦୁ ହିଁ ଲେଖେ”

ପାକିସ୍ତାନର ମନ୍ତ୍ରୀ ଫୱାଦ ଚୌଧୁରୀ ପୁଣି ଥରେ ନିଜ ଟ୍ୱିଟକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ଏହା ପୂର୍ବରୁ ମଧ୍ୟ ପାକିସ୍ତାନର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମନ୍ତ୍ରଣାଳୟ ସମ୍ଭାଳୁଥିବା ମନ୍ତ୍ରୀ ଶ୍ରୀ ଚୌଧୁରୀ ଭାରତ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏଥରକ ମଧ୍ୟ ଲକଡାଉନ ଉପରେ ନିଜ ମତ ଦେଇ ବେଜିତ ହୋଇଛନ୍ତି ଫୱାଦ ଚୌଧୁରୀ।

ଫୱାଦ ଏକ ଟ୍ୱିଟ କରି ଭାରତରେ ଚାଲିଥିବା ଲକଡାଉନ ବିଷୟରେ ଲେଖିଥିଲେ। ମାତ୍ର ସେ ଲେଖିଥିବା ପ୍ରତିଟି ଧାଡ଼ିରେ ସ୍ପେଲିଂ ମିସଟେକ ଥିଲା। ସେ indiaକୁ endia ଲେଖିଥିବା ବେଳେ lockdownକୁ lockddow ଲେଖିଥିଲେ। କେବଳ ଏତିକି ନୁହେଁ ସେ pandemicକୁ ମଧ୍ୟ pendamic ଓ because କୁ becauuse ଲେଖିଥିଲେ।

ଏହି ଟ୍ୱିଟ ମାଧ୍ୟମରେ ଫୱାଦ କହିବାକୁ ଚାହୁଁଥିଲେ ଯେ ଭାରତର ଲୋକମାନେ କରୋନା ଯୋଗୁ ନୁହେଁ ବରଂ ଭୁଲ ନେତାଙ୍କ ଯୋଗୁ ସମସ୍ୟା ଭୋଗୁଛନ୍ତି। ଯେମିତି କାଶ୍ମୀର ଲୋକ ଭୋଗୁଥିଲେ। ତେବେ ଫୱାଦଙ୍କ ଏହି ଭୁଲ ଟ୍ୱିଟକୁ ଲୋକମାନେ ଖୁବ କମେଡି କରିଛନ୍ତି।

ଜଣେ ୟୁଜର ଲେଖିଛନ୍ତି ଯେ ଭାଇ ତୁ ପଞ୍ଜାବୀରେ ଲେଖି ଗୁଗଲ ଟ୍ରାନ୍ସଲେଟ କରୁଛୁ କି? ଆଉ ଜଣେ ଲେଖିଛନ୍ତି ମନ୍ତ୍ରୀ ଯାହା କହିବାକୁ ଚାହୁଁଛନ୍ତି ହିନ୍ଦୀରେ ଲେଖନ୍ତୁ। ଆଉ କିଛି ୟୁଜର ଏହି ବ୍ୟକ୍ତିଙ୍କୁ ବିଜ୍ଞାନ ମନ୍ତ୍ରୀ କିଏ ବନାଇଲା ବୋଲି ପ୍ରଶ୍ନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.