ରେପ୍‌ ପାଇଁ ମହିଳାଙ୍କ କପଡ଼ା ଦାୟୀ ବୋଲି କହିଲେ ପିଏମ୍‌ ଇମ୍ରାନ ଖାନ୍‌, ପୂର୍ବ ପତ୍ନୀ କଲେ ବିରୋଧ

ଇସ୍‌ଲାମବାଦ୍‌ :  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମହିଳାଙ୍କ ଉପରେ ଦେଇଥିବା ଏକ ବିବୃତିକୁ ନେଇ ଦେଶ ଓ ଦେଶ ବାହାରେ ହଙ୍ଗାମା ସୃଷ୍ଟି ହୋଇଛି । ଇମ୍ରାନଙ୍କ ବିରୋଧରେ ମହିଳା ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି ।

ଏକ ଟିଭି ଲାଇଭ୍‌ ଟେଲିକାଷ୍ଟରେ ଇମ୍ରାନ୍‌ କହିଥିଲେ ଯେ ମହିଳାଙ୍କ ରେପ୍‌ ପାଇଁ ମହିଳାଙ୍କ ପୋଷାକ ଦାୟୀ । ସମାଜରେ ବଢ଼ୁଥିବା ଅଶ୍ଳୀଳତା କାରଣରୁ ରେପ ମାମଲା ବଢ଼ୁଛି । ସେଥିପାଇଁ କୋରାନ୍‌ରେ ମହିଳାଙ୍କ ପାଇଁ ପର୍ଦା (ବୁର୍ଖା) ବ୍ୟବସ୍ଥା ରହିଛି । ଯାହା ମହିଳାଙ୍କୁ ଖରାପ ନଜରରୁ ରକ୍ଷା କରିଥାଏ । ତେଣୁ ମହିଳାମାନେ ନିଜକୁ ପର୍ଦାର ରଖିବା ପାଇଁ ସେ ଉପଦେଶ ଦେଇଥିଲେ ।

ଏହି ଲାଇଭ୍‌ ଶୋ ରେ ଜଣେ ଇମ୍ରାନଙ୍କୁ ପଚାରିଥିଲେ ଯେ ତାଙ୍କ ସରକାର ରେପ୍‌ ସମସ୍ୟା ଉପରେ କି ପଦକ୍ଷେପ ନେଉଛନ୍ତି । ଇମ୍ରାନ କହିଥିଲେ ‘ ଏମିତି କିଛି ସମସ୍ୟା ରହିଛି ଯାହାକୁ ଆଇନ ଦ୍ୱାରା ବନ୍ଦ କରିହେବ ନାହିଁ । ତେଣୁ ସାମଜକୁ ଅଶ୍ଳୀଳତାରୁ ବଞ୍ଚିବାକୁ ହେବ । ରେପ ଓ ଯୌନ ହିଂସା ସମାଜରେ କ୍ୟାନ୍‌ସର ଭଳି ବଢ଼ିଚାଲିଛି ବୋଲି ଇମ୍ରାନ କହିଥିଲେ ।

ଇମ୍ରାନଙ୍କ ଏହି ବିବୃତ୍ତିକୁ ତାଙ୍କର ପୂର୍ବ ପତ୍ନୀ ଜେମିମା ଗ୍ଲୋଡ୍‌ସ୍ମିଥ ବିରୋଧ କରିଛନ୍ତି ସେ କହିଛନ୍ତି ‘ଏଥିପାଇଁ ପୁରୁଷ ମଧ୍ୟ ଦାୟୀ, ଏପରି ଅପରାଧ ରୋକିବାର ଉତ୍ତରଦାୟୀତ୍ୱ ମଧ୍ୟ ପୁରୁଷମାନେ ନେବା ଉଚିତ୍‌ । ସେ ଏଥିପାଇଁ କୋରାନ୍‌ର ମଧ୍ୟ ଉଦାହରଣ ଦେଇଛନ୍ତି ଯେ ପୁରୁଷମାନେ ନିଜ ଅଙ୍ଗ ଉପରେ କାବୁ ରଖିବା ଉଚିତ୍‌ । ଇମ୍ରାନଙ୍କ ଏହି ବୟାନକୁ ସାରା ଦେଶରେ ବିରୋଧ କରାଯିବା ସହ ମାନବିକ ଅଧିକାର ଆୟୋଗ ମଧ୍ୟ ନାପସନ୍ଦ କରିଛନ୍ତି । ଇମ୍ରାନଙ୍କ ଏହି ବୟାନ ରେପ୍‌ ପୀଡ଼ିତାଙ୍କ ପାଇଁ ଏକ ଅପମାନ ବୋଲି ମଧ୍ୟ ଆୟୋଗ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.