ଲଣ୍ଡନରେ ପାକିସ୍ତାନ ରେଳ ମନ୍ତ୍ରୀଙ୍କୁ ଅଣ୍ଡାମାଡ, ଯିଏ ଭାରତକୁ ଦେଇଥିଲେ ପରମାଣୁ ଆକ୍ରମଣର ଧମକ୍

ନିଜର ବିବାଦୀୟ ବୟାନ କାରଣରୁ ଚର୍ଚ୍ଚାରେ ଥିବା ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରସିଦ୍ ଙ୍କୁ ଲଣ୍ଡନରେ ଆକ୍ରମଣ କରାଯାଇଛି। ମନ୍ତ୍ରୀ ଶେଖ ରସିଦ୍ ଙ୍କୁ ଲୋକମାନେ ରାଗରେ ମାଡ ମାରିବା ସହ ତାଙ୍କ ଉପରକୁ ଅଣ୍ଡା ମଧ୍ୟ ଫୋପାଡିଥିଲେ। ୟେ ସେହି ପାକିସ୍ତାନୀ ମନ୍ତ୍ରୀ ଯିଏ ଜାମ୍ମୁ-କଶ୍ମୀର ରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପରମାଣୁ ଯୁଦ୍ଧ ହେବାର ଧମକ୍ ଦେଇଥିଲେ। ରିପୋର୍ଟ ଅନୁଯାୟୀ ମୁସଲିମ୍ ସମ୍ପ୍ରଦାୟର ପ୍ରମୁଖ ରେଳ ମନ୍ତ୍ରୀ ଶେଖ ରସିଦ୍ ଯେଉଁସମୟରେ ଲଣ୍ଡନର ଏକ ହୋଟେଲରେ ପୁରସ୍କାର ସମାରୋହରେ ଯୋଗ ଦେବା ପରେ ଯିବା ପାଇଁ ବାହାରିଥିଲେ ସେହି ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତମାନେ ଆକ୍ରମଣ କରିବା ପରେ ଫେରାର୍ ହୋଇଯାଇଛନ୍ତି।

sheikh-rashidଉକ୍ତ ଘଟଣା ପରେ ଗତ ବୁଧବାର ଦିଦସନ ପାକିସ୍ତାନ ପିପୁଲ୍ସ ପାର୍ଟି ସହ ସମ୍ବନ୍ଧିତ ପିପୁଲ୍ସ ୟୁଥ୍ ଅଗ୍ରାନାଇଜେସନ ୟୁରୋପର ଅଧ୍ୟକ୍ଷ ଆସିକ ଅଲ୍ଲୀ ଖାନ୍ ଏବଂ ପାର୍ଟିର ଗ୍ରେଟର ଲଣ୍ଡନ ମହିଳା ଶାଖାର ଅଧ୍ୟକ୍ଷ ସମାହ ନାଜ ଏକ ବୟାନ ଜାରି କରି ଉକ୍ତ ଘଟଣାର ଦାୟିତ୍ବ ନେଇଛନ୍ତି। ଅୱାନୀ ମୁସଲିମ୍ ସମ୍ପ୍ରଦାୟ ସଂଘର କହିବା ଅନୁଯାୟୀ ଏହି ଘଟଣାର କୌଣସି ଭିଡିଓ ଉପଲବ୍ଧ ନାହିଁ। କିନ୍ତୁ ଉଭୟ ନେତା ନିଜେ ହିଁ ଆକ୍ରମଣ ହେବା କଥା ସ୍ବିକାର କରିଛନ୍ତି। ପାର୍ଟି ପୋଲିସ ଉକ୍ତ ଘଟଣାର ମାମଲା ରୁଜୁ କରିବା ସହ ବିଚାର କରିଛନ୍ତି।

ଏହାସହ ପଢନ୍ତୁ: ପାକିସ୍ତାନର ହୋସ୍ ଉଡାଇବାକୁ ଆସିଗଲେ ଅଭିନନ୍ଦନ, ଦୀର୍ଘ ୬ମାସ ପରେ ପୁଣି ମିଗ୍-୨୧ରେ ଭରିଲେ ଉଡାଣ

କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଶେଖ ରସିଦ୍ ଅହମଦ ଭାରତକୁ ଧମକ ଦେଇଥିଲେ। ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଜରାଇଲ ଭଳି କଶ୍ମୀରରେ ଏହିସବୁ କରିଛନ୍ତି ଏବଂ ବର୍ତ୍ତମାନ ଇଜରାଇଲ ଭଳି କଶ୍ମୀରରେ ଗୋରୁ ହତ୍ୟା ହେବ। ରସିଦ୍ ଭାରତକୁ ଧମକ ଦେବା ସହ କହିଛନ୍ତି- ଯଦି ପାକିସ୍ତାନରେ ଆକ୍ରମଣ ହୁଏ ତେବେ ଭାରତରେ ପକ୍ଷୀଟେ ମଧ୍ୟ ବଞ୍ଚିବ ନାହିଁ। ଏହି ବକ୍ତବ୍ୟକୁ ନେଇ ଲଣ୍ଡନରେ ରସିଦ୍ ଙ୍କୁ ମାଡ ମାରିବା ସହ ତାଙ୍କ ଉତପରକୁ ଅଣ୍ଡା ଫୋପଡାଯାଇଥିଲା।