ଡେଲିଭରୀ ବୟ ବେଶ ଧରି ଘରେ ପଶିଲା ଚୋର, ଲକ୍ଷାଧିକ ଟଙ୍କାର ଜିନିଷ ଚୋରି କରିବା ପରେ କଲା ଏମିତି କାରନାମା

ଯଦି ଆପଣ ଘରକୁ କୌଣସି ବ୍ଯକ୍ତି ଡେଲିଭରୀ କରିବା ପାଇଁ ଆସୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । ଦିଲ୍ଲୀରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଏକ ଚୋର ଡେଲିଭରୀ ବୟ ବେଶ ଧରି ଘରେ ପଶି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି କରି ସଫଳତାର ସହିତ ଫେରାର ହୋଇଯାଇଥିବା ଜଣାପଡିଛି ।

ଲକ୍ଷାଧିକ ଟଙ୍କାର ଚୋରି କରି ଫେରାର ହେବା ପୂର୍ବରୁ ଚୋର ଜଣଙ୍କ ରୋଷେଇ ଘରକୁ ଯାଇ ସିଲିଣ୍ଡର ଖୋଲିଦେଇ ପଳାଇଥିଲା । କିନ୍ତୁ ଭଗବାନଙ୍କ ଆଶିର୍ବାଦରୁ ଘର ଲୋକଙ୍କ ସତର୍କତା ପାଇଁ ଏକ ବଡ ଅଘଟଣକୁ ରୋକାଯାଇପାରିଛି। ଘର ଲୋକେ ଘରକୁ ଆସିବାପରେ ଗ୍ୟାସ୍ ବାସ୍ନା ଆସୁଥିବାର ଜାଣିପାରି ପ୍ରଥମେ ଘରର ଝରକା ଖୋଲିଥିଲେ । ଏହାପରେ ଯାଇ ଘରର ସବୁ ଲାଇଟ୍ ଅନ୍ କରିଥିଲେ ।

delivery boyଦିଲ୍ଲୀରେ ନିତିଦିନ ଚୋରି ଘଟଣା ବଢିବାରେ ଲାଗିଛି । ଚୋର ମାନେ ଏବେ ଦିନକୁ ଦିନ ର୍ନିଭୟ ହେବାକୁ ଲାଗିଲେଣି । ଦିନ ଦ୍ବିପ୍ରହରରେ ଚୋରି କରୁବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି ଏହି ଚୋର । ଏହି ସବୁ ଭିତରେ ଏମିତି ଏକ ଚୋରି ଘଟଣା ଗୀତା କଲୋନୀ ଥାନା ଅଞ୍ଚଳର ୬ନଂ ବ୍ଳକ୍ ରେ ଘଟିଛି । ଯେଉଁଠାରେ ଚୋର ଦିନ ଦ୍ବିପ୍ରହରରେ ଘରେ ପଶି ଲକ୍ଷାଧିକ ଟଙ୍କାର ଚୋରି କରି ଫେରାର ହୋଇଯାଇଛି । ଏହି ଚୋର ଏତେ ଚାଲାଖ ଯେ ଚୋରି କରିବା ପୂର୍ବରୁ ପଡୋଶୀ ଘରର କବାଟ ମଧ୍ୟ ଆଗପଟୁ ତାଲା ପକାଇ ଦେଇଥିଲା ।

ଏହାସହ ପଢନ୍ତୁ : ଅଛୁଆଁ ବୋଲି ଶ୍ମଶାନ ଘାଟ ପାଇଁ ଅନୁମତି ଦେଲେନି ଗ୍ରାମବାସୀ, ପୋଲ ଉପରୁ ନଦୀ ଗର୍ଭକୁ ମୃତଦେହ ଫିଙ୍ଗିଲେ ପରିବାର ଲୋକେ

ଚୋରଟି ୧୫ ମିନିଟ୍ ଭିତରେ ୧୦ଲକ୍ଷ ଟଙ୍କା, ୩ଲକ୍ଷ ଟଙ୍କା ଜୁଏଲରୀ ଚୋରି କରିଥିବା ଜଣାପଡିଛି । ଚୋର ଜଣଙ୍କ ସିସିଟିଭି ଲାଗିଥିବା ଜାଣି ନିଜ ମୁହଁକୁ କପଡାରେ ଘୋଡାଇ ଦେଇଥିଲା ଯେପରି ତାକୁ କେହି ନଜାଣିପାରିବେ । ଚୋରଟି ବହୁ ସମୟ ଧରି ଉକ୍ତ ଗଳିରେ ଏପଟ ସେପଟ ହୋଇଥିଲା । ଏହାପରେ ଘରେ କେହି ନଥିବାର ସୁଯୋଗ ପାଇ ଚୋରି କରିଥିଲା । ଏହି ଘଟଣା ସମ୍ପର୍କରେ ପୋଲିସ୍ ଜାଣିବା ପରେ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏଯାଏ କୌଣସି ସୁରାକ୍ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.