Below header

ଭାରତ ସହ ନିଅନି ପଙ୍ଗା, ନଚେତ୍ ମାଟିରେ ମିଶିଯିବ ପାକିସ୍ତାନ . . . ଇମରାନ୍ ଖାନଙ୍କୁ ପରଭେଜ୍ ମୁଶାରଫଙ୍କ ଚେତାବନୀ

ପୁଲୱାମା ଆକ୍ରମଣରେ ପରେ ପ୍ରତିଶୋଧ ନିଆଁରେ ଜଳୁଛି ଭାରତ । ପାକିସ୍ତାନକୁ ଯେମିତି ହେଉ ପାନେ ଦେବା ପାଇଁ ନିଷ୍ପତ୍ତି ନେଇସାରିଛି ଭାରତ । ପୁଲୱାମା ଆକ୍ରମଣ କରି ନିଜ ଆଡକ ବିପଦକୁ ଟାଣିସାରିଛି ପାକିସ୍ତାନ । ଚୋର ମୁହଁ ଟାଣ ପରି ଭାରତକୁ ଆକ୍ରମଣର ପ୍ରମାଣ ମାଗିଛି ପାକିସ୍ତାନ । ତେବେ ଏହା ମଧ୍ୟରେ ଏକ ବଡ଼ ବୟାନ୍ ଦେଇଛନ୍ତି ପାକ୍ ର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍ ।

ଏହା ସହ ପଢନ୍ତୁ ପାକ୍ ପ୍ରଧାନମନ୍ତ୍ରୀଙ୍କ ଇଜ୍ଜତକୁ ମାଟିରେ ମିଶାଇଦେଲେ ଆଫଗାନୀ ଭାଇଜାନ୍, ଭିଡିଓ ଦେଖି ଖୁସି ହୋଇଯିବ ଆପଣଙ୍କ ମନ

ଇମରାନଙ୍କୁ ଚେତାବନୀ ଦେଇଛନ୍ତି ପରଭେଜ୍ । ଭାରତ ସହ ଯୁଦ୍ଧ ନକରିବାକୁ ଇମରାନଙ୍କୁ ପରାମର୍ଶ ଦେଇଉନ୍ତି ମୁଶାରଫ୍ । କହିଛନ୍ତି ପାକିସ୍ତାନ ଯଦି ଭାରତ ଉପରେ ଗୋଟିଏ ବୋମା ପକାଇବ ତେବେ ଭାରତ ୨୦ ଟି ପରମାଣୁ ବମ୍ ପକାଇ ପୁରା ପାକିସ୍ତାନକୁ କରିଦେବ ବରବାଦ୍ । ମାନଚିତ୍ରରୁ ଚାଲିଯିବ ପାକିସ୍ତାନ ଆଉ ହୋଇଯିବ ଇତିହାସ ।

ଭାରତକୁ ହରାଇବାକୁ ହେଲେ ପାକିସ୍ତାନଙ୍କୁ ଅତିକମରେ ୫୦ଟି ପରମାଣୁ ବୋମା ପକାଇବାକୁ ପଡିବ । ତେବେ କଣ ପାକିସ୍ତାନ ୫୦ ପରମାଣୁ ବୋମା ସହ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି ? କିନ୍ତୁ ଏହା ଏତେ ସହଜ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.