ସରକାରୀ ଅଫିସରେ ମହିଳାଙ୍କ ସହ ପ୍ରେମରେ ମାତିଥିଲେ ପଞ୍ଚାୟତ ସଚିବ, ଭିଡିଓ ସୁଟିଂ କରି ଭାଇରାଲ କରିଦେଲେ ଲୋକ

ସରକାରୀ ଅଫିସରେ ଚାଲିଛି ଅନୈତିକ କାର୍ଯ୍ୟ। ଖୋଦ୍‌ ସରକାରୀ ବାବୁ ଜଣକ ସବୁ ଲାଜ ସରମକୁ ପୋଡ଼ି ମାତିଛନ୍ତି ଶରୀର ସୁଖରେ। ଲୋକଙ୍କ କଥା ଶୁଣିବେ କ’ଣ ନିଜ ଶାରୀରିକ ଇଚ୍ଛା ପୂରଣ କରିବାରେ ଲାଗିପଡ଼ିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାମ ପାଇଁ ଯାଇଥିବା ଜଣେ ବୃଦ୍ଧା ଏହି ଘଟଣାକୁ ମୋବାଇଲରେ ସୁଟିଂ କରିବା ପରେ ସତ ପଦାକୁ ଆସିଛି। ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବିହାର ରାଜଧାନୀ ପାଟନାର ବିହଟା ଅଞ୍ଚଳରେ।

ଏଠାକାର ପଞ୍ଚାୟତର ସଚିବ ଭୀମ କୁମାର ସରକାରୀ କ୍ୱାର୍ଟରରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଏହି ସମୟରେ ଜଣେ ବୃଦ୍ଧା ପେନସନ୍‌ କାଗଜରେ ଦସ୍ତଖତ କରିବାକୁ ଅଫିସରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସେ ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବା ସହ ପୂରା ଘଟଣାକୁ ମୋବାଇଲରେ ସୁଟିଂ କରିବା ଆରମ୍ଭ କରିଥିଲେ। ଭିଡିଓ କରିଥିବା ବ୍ୟକ୍ତିଙ୍କ କହିବାନୁସାରେ, ସେ ବାରମ୍ବାର ଗୋଟିଏ ଦଖସ୍ତତ ପାଇଁ ଅଫିସକୁ ଦୌଡ଼ୁଛନ୍ତି। କିନ୍ତୁ ବାବୁ ଜଣକ ତାଙ୍କ କାମ ନକରି ଏଭଳି ଅନୈତିକ କାମରେ ମାତିଛନ୍ତି।

Bihar

ଭିଡିଓ ସୁଟିଂ କରିଥିବା ମହିଳାଙ୍କ କହିବାନୁସାରେ, ସେ ଅଫିସରେ ପହଞ୍ଚିବା ବେଳକୁ ଭୀମ କୁମାର ମହିଳାଙ୍କ ସହ ଆପତ୍ତିଜନକ ସ୍ଥିତିରେ ଥିଲେ। କ୍ୟାମେରା ଦେଖି ସେ ଆଉ ଏକ ରୁମ୍‌କୁ ଦୌଡ଼ି ପଳାଇଥିଲେ। ସେ ମଧ୍ୟ ତାଙ୍କ ପଛେ ପଛେ ସେ ରୁମ୍‌ରେ ପହଞ୍ଚିବା ବେଳକୁ ସେଠାରେ ମଦ ବୋତଲ ଓ ଗ୍ଲାସ ଥିଲା। କେବଳ ସେତିକି ନୁହେଁ, ସଚିବ ଭୀମ କୁମାର ମଧ୍ୟ ମଦ ପିଇଥିଲେ। କିଛି ସମୟ ପରେ ସେ ମହିଳାଙ୍କ ପାଖକୁ ଆସି ତାଙ୍କୁ ନିଜ ସମ୍ପର୍କୀୟ ବୋଲି କହିଥିଲେ।

ତେବେ ଭିଡିଓ ବିଷୟରେ ଜଣାପଡ଼ିବା ପରେ ପଞ୍ଚାୟତରାଜ ବିଭାଗରେ ଅଭିଯୋଗ କରାଯାଇଛି। ଏବେ ଭୀମ କୁମାରଙ୍କୁ ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ତଦନ୍ତ ପରେ ତାଙ୍କୁ ଆଇନ୍‌ ଅନୁସାରେ ଦଣ୍ଡ ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Also Read: ବିକିନି ପିନ୍ଧି ଫୁଲ ତୋଳୁଛନ୍ତି ଉର୍ଫି ଜାଭେଦ, ସେୟାର କଲେ ହଟ୍‌ ଫଟୋ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.