RRRରେ ଆଲିୟାଙ୍କ ଜଲୱା, ମାତ୍ର କିଛି ମିନିଟର ଦୃଶ୍ୟ ପାଇଁ ନେଲେ ଏତେ କୋଟି ଟଙ୍କା……..

ଭାରତୀୟ ସିନେ ଜଗତର ସୁପରହିଟ ଫିଲ୍ମ “ବାହୁବଳୀ 2″ ପରେ ଏବେ ଦେଶର ବିଭିନ୍ନ ପ୍ରେକ୍ଷାଳୟ ମାନଙ୍କରେ ଧମାଲ କରିବାକୁ ଆସିଛି ଏସ ଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ” ଆରଆରଆର” । ମାର୍ଚ୍ଚ ୨୫ ତାରିଖ ଅର୍ଥାତ ଶୁକ୍ରବାର ଏହା ରିଲିଜ ହୋଇଥିବା ବେଳେ ପ୍ରଥମ ଦିନ ହିଁ ବକ୍ସ ଅଫିସରେ ୧୧୭ କୋଟି ଟଙ୍କାର କଲେକ୍ସନ କରିଛି । ସମୁଦାୟ ୫୫୦ କୋଟି ଟଙ୍କାର ବଜେଟରେ ତିଆରି ହୋଇଥିବା ଏହି ଫିଲ୍ମର ଷ୍ଟାର କାଷ୍ଟ ମାନେ ୯ କୋଟି ଟଙ୍କାରୁ ଆରମ୍ଭ କରି ୪୫ କୋଟି ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେଇଛନ୍ତି । ତେବେ ଆସନ୍ତୁ ଥରେ ନଜର ପକାଇବା ଫିଲ୍ମର ଷ୍ଟାର ମାନେ କିଏ କେତେ ଫିସ ନେଇଛନ୍ତି ।

କ୍ରାନ୍ତିକାରୀ ଅଲ୍ଲୁରୀ ସୀତାରାମ ରାଜୁ ଭୂମିକାରେ ଅଭିନୟ କରିବା ପାଇଁ ରାମ ଚରଣ ପ୍ରାୟ ୪୫ କୋଟି ଟଙ୍କା ଆଦାୟ କରିଛନ୍ତି । ସମସ୍ତେ ଜାଣନ୍ତି କୋମାରମ ହେଉଛନ୍ତି ଜଣେ କ୍ରାନ୍ତିକାରୀ ନେତା । ସେ କୋମାରାମ ଭୂମିକାରେ ଅଭିନୟ କରିଛନ୍ତି । ଦେଶର କିଛି ଅଧିକ ବେତନ ପାଉଥିବା ଅଭିନେତା ମାନଙ୍କ ମଧ୍ୟରେ ଏନ୍ଟିଆରଙ୍କ ନାଁ ରହିଛି । ସିଂହମ ଷ୍ଟାର ଅଜୟ ଦେବଗନ, ଏସ ଏସ ରାଜମଉଳି “ଆରଆରଆର”ରେ କେମିଓ ରୋଲ କରିଥିବା ନଜର ଆସିଛନ୍ତି । ଅଭିନେତା ଜଣଙ୍କୁ ଏଥିପାଇଁ ୨୫ କୋଟି ଟଙ୍କାର ବେତନ ମିଳିଛି ।

ଆଉ ସବୁଠୁ ଖାସ ହେଉଛି ଆଲିୟା ଭଟଙ୍କ କଥା । ମାତ୍ର କିଛି ମିନିଟର ଦୃଶ୍ୟ ପାଇଁ ଆଲିୟାଙ୍କୁ ୯ କୋଟି ଟଙ୍କାର ପାରିଶ୍ରମିକ ମିଳିଛି । ଏହି ନିର୍ଦ୍ଦେଶକ ଜଣଙ୍କ ଫିଲ୍ମରୁ ମିଳୁଥିବା ଲାଭାଂଶର ପ୍ରାୟ ୩୦
ପ୍ରତିଶତ ଭାଗ ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.