ଜମ୍ମୁ-କାଶ୍ମୀରରେ ପ୍ରଥମ ଥର ମିଳିଲା ପରଫ୍ୟୁମ୍‌ ବୋମା, ଘାଟିରେ ଆତଙ୍କ

ଜମ୍ମୁ-କାଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଜଣେ ଆତଙ୍କବାଦୀକୁ ଗିରଫ କରିଛି, ଯିଏ ନରଓ୍ଵାଲ ଅଞ୍ଚଳରେ ହୋଇଥିବା ଡବଲ୍‌ ବ୍ଲାଷ୍ଟ୍‍ରେ ସାମିଲ ଥିଲା। ଏହି ଆତଙ୍କବାଦୀ ପରଫ୍ୟୁମ୍‌ IEDର ବ୍ୟବହାର କରିଥିଲା। ପୋଲିସ ତା’ ପାଖରୁ ପରଫ୍ୟୁମ୍‌ IED ମଧ୍ୟ ଜବତ କରିଛି, ଯାହା ଜମ୍ମୁ-କାଶ୍ମୀରରୁ ପ୍ରଥମ ଥର ମିଳିଛି।

ଘାଟିର ଏହି ଆକ୍ରମଣ ୨୧ ଜାନୁୟାରୀରେ ହୋଇଥିଲା। ଏଥିରେ ୯ରୁ ଅଧିକ ଲୋକ ଆହତ ହୋଇଥିଲେ। ପ୍ରଥମ ଥର ପରଫ୍ୟୁମ୍‌ IED ମିଳିବା ଦ୍ୱାରା ଘାଟି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଏହି IED ଏତେ ଭୟଙ୍କର ଯେ ଏହାକୁ ଖୋଲିବା କିମ୍ବା ଦବାଇବାକୁ ଚେଷ୍ଟା କଲା ମାତ୍ରେ ତାହା ବଡ଼ ଜୋର୍‌ରେ ବିସ୍ଫୋରଣ କରିଥାଏ।

ପୋଲିସ ଆରିଫ୍‌ ନାମକ ଆତଙ୍କବାଦୀକୁ ଗିରଫ କରିଛି, ଯିଏ ୩ ବର୍ଷ ହେବ ପାକିସ୍ତାନରେ ରହି ଲସ୍କର-ଏ-ତୈୟବାର ସମ୍ପର୍କରେ ଥିଲା। ସୂଚନା ମୁତାବକ, ୨୦ ଜାନୁୟାରୀରେ ୨ଟି ବମ୍‌ ପ୍ଲାଣ୍ଟ କରାଯାଇଥିଲା ଏବଂ ୨୧ ଜାନୁୟାରୀରେ ୨୦ ମିନିଟ୍‌ ଅନ୍ତରାଳରେ ଘାଟିରେ ଦୁଇ ଦୁଇଟି IED ବିସ୍ଫୋରଣ ହୋଇଥିଲା।

ଏହି ଘଟଣାରେ ଡିଜିପି ଦିଲବାଗ ସିଂ କହିଛନ୍ତି କି, ଆରିଫ୍‌ର ଜାଲ ପାକିସ୍ତାନ ଯାଏ ଲମ୍ବିଛି। ପାକ୍‌ ନିଜ ଜମିକୁ ଆତଙ୍କବାଦୀମାନଙ୍କୁ ଉପଯୋଗ କରିବାକୁ ଦେଉଛି, ଯାହାକୁ ବ୍ୟବହାର କରି ଆତଙ୍କବାଦୀମାନେ ପୂରା ବିଶ୍ୱରେ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି। ଜମ୍ମୁ-କାଶ୍ମରର ଲୋକଙ୍କ ମଧ୍ୟରେ ପାକିସ୍ତାନ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.