ମେଟ୍ରୋ ନେଲା ଜୀବନ, ଟ୍ରେନରେ ହାତ ଫସି ବ୍ୟକ୍ତିଙ୍କ ମୃତ୍ୟୁ

ଗତ ଶନିବାର ସନ୍ଧ୍ୟାରେ ପାର୍କ ଷ୍ଟ୍ରିଟ ମେଟ୍ରୋ ଷ୍ଟେସନରେ ଏକ ଦୁର୍ଘଟଣା ଘଟିଯାଇଛି। ଏଠାରେ ଜଣେ ବ୍ୟକ୍ତିଙ୍କ ହାତ ଟ୍ରେନର ଡୋରରେ ଫସିଯିବାରୁ ତାଙ୍କର ଆକସ୍ମିକ ଭାବେ ମୃତ୍ୟୁ ହୋଇଯାଇଛି। ଏହି ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ବ୍ୟକ୍ତି ଜଣଙ୍କ ପ୍ଲାଟଫର୍ମରୁ ଟ୍ରେନରେ ଚଢିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ସେତେବେଳକୁ ଟ୍ରେନଟି ପ୍ଲାଟଫର୍ମ ଛାଡିସାରିଥିଲା ଏବଂ ତାଙ୍କ ହାତ ଟ୍ରେନର ଡୋର ମଧ୍ୟରେ ଫସିଯାଇଥିଲା।

ଏହି ଘଟଣାଟି ସଂଗେସଂଗେ ମେଟ୍ରୋ ଷ୍ଟେସନ ମଧ୍ୟରେ ଆଲୋଡନ ସୃଷ୍ଟି କରିଦେଇଥିଲା । ସୂଚନା ପାଇ ଆଖପାଖ ଲୋକଙ୍କର ଭିଡ଼ ଜମିଥିଲା। ମେଟ୍ରୋ ଅଧିକାରୀ ମାନେ ଘଟଣାର ତଦନ୍ତ କରିବା ପାଇଁ ଏକ ଯାଞ୍ଚ କମିଟି ଗଠନ କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ପଢନ୍ତୁ ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

ଏହି ଘଟଣା ପରେ ଘଟଣାସ୍ଥଳରେ ଲୋକମାନଙ୍କର ଭିଡ଼ ଜମିବା ଆରମ୍ଭ ହୋଇଯାଇଥିଲା ଏବଂ ଘଟଣାର ସୂଚନା ମିଳିବା ପରେ ମେଟ୍ରୋ ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଥିଲା। ମାମଲାର ତଦନ୍ତ ପାଇଁ ଏକ ଯାଞ୍ଚ କମିଟି ଗଠନ କରାଯିବାର ନିର୍ଦ୍ଦେଶ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.