ଅଟୋମାଟିକ୍ କାରର ଏହା ହେଉଛି ୩ ଟି ବଡ଼ ସମସ୍ୟା, ଜାଣନ୍ତୁ କେମିତି କରିବେ ଦୂର

କିଛି ବର୍ଷ ପୂର୍ବେ ଏଏମଟି କାର୍ ବିଷୟରେ କେହି ଶୁଣି ନଥିଲେ କି ଜାଣି ନଥିଲେ । କିନ୍ତୁ ଯେବେଠାରୁ ଏହି କାରର ଏଣ୍ଟ୍ରି ହୋଇଛି ଲୋକଙ୍କୁ ଏହା ଏମିତି ପସନ୍ଦ ଆସିଛି ଯେ ସମସ୍ତେ ଏହାକୁ କିଣିବାକୁ ଚାହୁଁଛନ୍ତି । ଆଉ ଏହାର ସବୁଠାରୁ ବଡ଼ କାରଣ ହେଉଛି ଭଲ ମାଇଲେଜ୍ ଏବଂ ଅଳ୍ପ ଦାମ । ଆଜି ସବୁ ବଡ଼ କମ୍ପାନୀ ତେଣିକି ତାହା ମାରୁତି ସୁଜୁକି ହେଉ, ହ୍ୟୁଣ୍ଡାଇ ହେଉ ବା ଟାଟା ମୋଟର୍ସ ହେଉ । ସମସ୍ତେ ଏଏମଟି କାର ଅଫର କରିଥାନ୍ତି । ଆଗାମୀ ସମୟରେ ବି ପ୍ରାୟ ସବୁ ବଡ଼ କାର୍ କମ୍ପାନୀ ମଧ୍ୟ ଏହି କାର୍ ଅଫର୍ କରିବ ।
ତେବେ ଆପଣଙ୍କୁ କହିରଖିବୁ ଯେ ଏହା ଟ୍ରାଡିସନାଲ୍ ଅଟୋମାଟିକ୍ କାର୍ ନୁହେଁ । ସିଭିଟି ଏବଂ ଡିସିଟି ମୁକାବିଲାରେ ଏହା ଖୁବ୍ ଅଲଗା । ଏଏମଟି ସାଧାରଣତଃ ମାନୁଆଲ୍ ଟ୍ରାନ୍ସମିସନ ହିଁ ହୋଇଥାଏ କିନ୍ତୁ ଏକ ଏଏମଟି କିଟ୍ ସାହାଯ୍ୟରେ ଏହାକୁ ଅଟୋମାଟିକ୍ ବନାଇ ଦିଆଯାଇଥାଏ । ତେବେ ଏଏମଟିରେ କିଛି ସମସ୍ୟା ରହିଥାଏ । ଯାହା ବିଷୟରେ ବୋଧେ ଆପଣ ଜାଣିନଥିବେ । ଆଜି ଆମେ ଏହି ସମସ୍ୟା ବିଷୟରେ କହିବୁ ଏବଂ ଏହା ସହ କିପରି ଏହାକୁ ଦୂର କରି ଭଲ ଭାବରେ କାରକୁ ଚଲାଇପାରିବେ ତାହା ମଧ୍ୟ କହିବୁ ।

ପ୍ରଥମ ସମସ୍ୟା :

ଏହି କାରର ପ୍ରଥମ ସମସ୍ୟା ହେଉଛି, ଯେତେବେଳେ ଆପଣ କୌଣସି ପାହାଡି ଅଂଚଳକୁ ଯାଉଛନ୍ତି ଏବଂ କେଉଁଠାରେ ଯଦି ଗାଡି ରଖି ପୁଣି ଥରେ ଚଢୁଛନ୍ତି ତେବେ ଏହା ରୋଲବ୍ୟାକ୍ ମାରିଥାଏ । ଅର୍ଥାତ୍ ଗାଡିକୁ ପଛକୁ ଯାଇଥାଏ । ଡି ମୋଡରେ ବି ଗାଡି ଆଗକୁ ଯିବା ପରିବର୍ତ୍ତେ ପଛକୁ ଯାଇଥାଏ ଯାହା ବିପଦଜ୍ଜନକ ହୋଇପାରେ । କେବଳ ସେତିକି ନୁହେଁ ଗାଡି ତଳକୁ ଗଡିବା ସମୟରେ ଯଦି ଏହାକୁ ଅଟକାଇ ରିଭର୍ସ ଗିୟରରେ ପକାଇ ପଛ ଆଡକୁ ଯାଉଛନ୍ତି ତେବେ ଗାଡି ଆଗକୁ ଯାଇଥାଏ । ଯାହା ହେବା ଉଚିତ୍ ନୁହେଁ ।

କଣ କରିବେ :

ଏପରି ସମୟରେ ହ୍ୟାଣ୍ଡବ୍ରେକ୍ ଲଗାନ୍ତୁ । ପୁଣି ଡି ମୋଡକୁ ସିଫ୍ଟ କରି ଆକ୍ସେଲିରେସନ୍ ପ୍ରେସ୍ କରନ୍ତୁ । ଏମିତି କରିବା ଦ୍ବାରା ଗାଡି ସହଜରେ ଆଗକୁ ବଢିବ । ଏହା ପରେ ହ୍ୟାଣ୍ଡବ୍ରେକ୍ ହଟାଇଦିଅନ୍ତୁ ।

ଏହା ସହ ପଢନ୍ତୁ ଯଦି ଆପଣଙ୍କ କାରରେ ଲାଗିଛି ଏହି ୧୦ଟି ଆକ୍ସେସୋରିଜ ତାହେଲେ ହୋଇଯାନ୍ତୁ ସାବଧାନ,ଆସିପାରେ ଆପଣଙ୍କ ଜୀବନ ଉପରେ ବିପଦ

ଦ୍ବିତୀୟ ସମସ୍ୟା :

କୌଣସି ଏଏମଟି କାରରେ ଗିୟର ଅପ୍ ସିଫ୍ଟ ଶୀଘ୍ର ହୋଇଥାଏ । ଯେତେବେଳେ କି ଡାଉନ୍ ସିଫ୍ଟ ବିଳମ୍ବ ହୋଇଥାଏ । ଏମିତିରେ ଯଦି ଆପଣଙ୍କୁ ଅଧିକ ପାୱାରର ଆବଶ୍ୟକତା ପଡିଥାଏ ଏ ସମୟରେ ଧୋକା ଦେଇଥାଏ ଏଏମଟି କାର୍ । ମାନୁଆଲ୍ କାରରେ ହାଇୱେରେ ଓଭରଟେକ୍ କରିବାରେ ଅସୁବିଧା ହୋଇନଥାଏ । କିନ୍ତୁ ଏଏମଟି କାରରେ ଓଭରଟେକ୍ କରିବା ମସ୍କିଲ୍ ହୋଇଥାଏ ।

କଣ କରିବେ :

ଯେତେବେଳେ ଗାଡି ଟପ୍ ଗିୟରରେ ଥାଏ ଏବଂ ହଠାତ୍ ଆପଣଙ୍କୁ ପାୱାର୍ ଆବଶ୍ୟକ କିମ୍ବା କାହାକୁ ଓଭରଟେକ୍ କରିବାକୁ ଚାହୁଁଛନ୍ତି ତେବେ ଆକ୍ସିଲିରେସନକୁ ଟିକେ ଅଧିକ ପ୍ରେସ୍ କରନ୍ତୁ । ଏହା ଦ୍ବାରା ଗିୟର ଡାଉନ୍ ସିଫ୍ଟକୁ ଆସିଯାଏ ଅର୍ଥାତ୍ ଦ୍ବିତୀୟ ଗିୟରକୁ ଆସିଥାଏ । ଯାହାର ସାହାଯ୍ୟରେ ଆପଣଙ୍କୁ ପିକ୍ ପାୱାର ମିଳିଥାଏ । ଏବଂ ଆପଣ ସହଜରେ ଓଭରଟେକ୍ କରିପାରିବେ ।

ତୃତୀୟ ସମସ୍ୟା :

ଏଏମଟି କାରରେ ଗିୟର ସିପ୍ଟିଂ ସ୍ମୁଥ୍ ହୋଇନଥାଏ । ଏପରିକି ଗିୟର ସିଫ୍ଟିଂ ଯୋଗୁଁ ଅନେକ ସମୟରେ ଡ୍ରାଇଭିଂ ସମୟରେ ଝଟକା ଲାଗିଥାଏ । ଯାହା ଫଳରେ ଗାଡି ଚଲାଇବାକୁ ବିରକ୍ତ ଲାଗିଥାଏ ।

କଣ କରିବେ :

ଯଦି ଆପଣ ଏଏମଟି କାରର ସ୍ମୁଥ୍ କାରର ମଜା ନେବାକୁ ଚାହୁଁଛନ୍ତି ତେବେ ଆକ୍ସିଲିରେସନକୁ ଆରାମରେ ପ୍ରେସ୍ କରନ୍ତୁ । ଅତି ଜୋରରେ କିମ୍ବା ଧୀରେ ପ୍ରେସ୍ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.