ଟାଟା ସନ୍‌ସକୁ ବଡ଼ ଆଶ୍ୱସ୍ତି, ସାଇରସ ମିସ୍ତ୍ରୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଟାଟା ସନ୍‌ସକୁ ବଡ଼ ଆଶ୍ୱସ୍ତି । ସୁପ୍ରିମକୋର୍ଟରେ ସାଇରସ ମିସ୍ତ୍ରୀଙ୍କ ଆବେଦନ ଖାରଜ । ଟାଟା ଓ ସାଇରସ ମିସ୍ତ୍ରୀ ବିବାଦରେ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଦେଶର ସବୁଠୁ ଚର୍ଚ୍ଚିତ କର୍ପୋରେଟ ବିବାଦ ଉପରେ ଆସିଛି ସୁପ୍ରିମ ରାୟ । ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ, ଜଷ୍ଟିସ ଏ ଏସ ବୋପାନ୍ନ ଓ ଜଷ୍ଟିସ ଭି ରାମସୁବ୍ରମନ୍ୟମଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ଗତବର୍ଷ ଡିସେମ୍ବର ୧୭ରେ ରାୟକୁ ସଂରକ୍ଷଣ ରଖାଯାଇଥିଲା । ସାଇରସ ମିସ୍ତ୍ରୀଙ୍କୁ ହଟା ଯାଇଥିବା ନିଷ୍ପତ୍ତି ଠିକ ବୋଲି କହିଛନ୍ତି କୋର୍ଟ । ଟାଟା ସନସ୍ ଓ ସାଇରସ ମିସ୍ତ୍ରୀ ଉଭୟଙ୍କ ପକ୍ଷରୁ ତୁରନ୍ତ ଫଇସଲା ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା । ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତି ଉପରେ କ୍ରସ୍ ଅପିଲ ଦାୟର ହୋଇଥିଲା । ଯାହା ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ସାଇରସ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବାକୁ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ ।

୨୦୧୨ରେ ଟାଟା ପରିବାର ବାହାରୁ ସାପୁରଜୀ ପାଲୋନଜୀ କମ୍ପାନୀର ସାଇରସ ମିସ୍ତ୍ରୀଙ୍କୁ ଟାଟା ସନସର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଥିଲା । କିନ୍ତୁ ୪ ବର୍ଷ ପରେ ନାଟକୀୟ ଢଙ୍ଗରେ ତାଙ୍କୁ ବାହାର କରି ଦିଆଯାଇଥିଲା । ୨୦୧୬ ଅକ୍ଟୋବର ୨୪ ତାରିଖରେ ସାଇରସ ମିସ୍ତ୍ରୀଙ୍କୁ ଟାଟା ସନସ୍ ଅଧ୍ୟକ୍ଷ ପଦରୁ ହଟା ଯାଇଥିଲା । ଏହାକୁ ନେଇ ସାଇରସ ମିସ୍ତ୍ରୀ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ ମାମଲା ଦାୟର କରିଥିଲେ । ଟ୍ରିବ୍ୟୁନାଲ କହିଥିଲେ ଯେ, ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ ଟାଟା ସନସ୍ ପାଖରେ ସମ୍ପୂର୍ଣ୍ଣ ଅଧିକାର ରହିଛି । ଆମ୍ବୁସ କରି ବିଶ୍ୱାସଘାତକତା କରାଯାଇଥିବା ଅଭିଯୋଗ କରିଥିଲେ ସାଇରସ ମିସ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.