ରାଜ୍ୟରେ ବଢି ଚାଲିଛି କୋଭିଡ୍ ସଂକ୍ରମଣ: ଗୁଡ୍‌ ଫ୍ରାଇଡେ, ଝାମୁଯାତ୍ରା, ପଣା ସଂକ୍ରାନ୍ତି ଓ ରାମନବମୀ ପାଳନ ଉପରେ ଲାଗଲା କଟକଣା

ଭୁବନେଶ୍ବର: ରାଜ୍ୟରେ କୋଭିଡ ସଂକ୍ରମଣ ପାଇଁ ପର୍ବପର୍ବାଣୀ ପାଳନ ଉପରେ ଲାଗିଲା କଟକଣା । ଆଗକୁ ଗୁଡ୍‌ ଫ୍ରାଇଡେ, ଇଷ୍ଟର, ଝାମୁଯାତ୍ରା, ଦଣ୍ଡଯାତ୍ରା, ପଣା ସଂକ୍ରାନ୍ତି, ରାମନବମୀ ଥିବା ବେଳେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସିଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସୀମିତ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ କୋଭିଡ କଟକଣା ଭିତରେ ଧର୍ମାନୁଷ୍ଠାନରେ ଏସବୁ ପର୍ବପର୍ବାଣୀ ପାଳନ କରାଯାଇପାରିବ । ତେବେ ସର୍ବସାଧାରଣରେ ଏ ସଂପର୍କିତ ଧାର୍ମିକ ଓ ସାଂସ୍କୃତିକ ସମାବେଶ ମନା ।

ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନର ଏସବୁ ପର୍ବରେ ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ନେଇ ନିଷ୍ପତ୍ତି ନେଇପାରିବେ । ସେହିପରି ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ ନେଇ ଏସଆରସି ମଧ୍ୟ ଗାଇଡଲାଇନ ଜାରି କରିଛନ୍ତି । ନିରାଡମ୍ବର ଭାବେ ପାଳନ ହେବ ଉତ୍କଳ ଦିବସ । ଉତ୍କଳ ଦିବସରେ ବଡ଼ ଧରଣର ସମାବେଶ ମନା । ଏଥିସହିତ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ ।

ସରକାରୀ ସ୍ତରରେ ଉତ୍କଳ ଦିବସ ପାଳନ ପାଇଁ ସର୍ବାଧିକ ୨ଶହ ଲୋକ ଏକାଠି ହୋଇଫାରିବେ । ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ସମେତ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ । ବିଭିନ୍ନ ବେସରକାରୀ ସଂସ୍ଥା କିମ୍ବା ସଂଗଠନ ଉତ୍କଳ ଦିବସ ପାଳନ ପାଇଁ ସ୍ଥାନୀୟ ପ୍ରଶାସନଠୁ ଅନୁମତି ନେବେ । ଏଥିରେ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.