ନୂଆବର୍ଷ ପୂର୍ବରୁ ୮ରୁ ୧୦ ଟଙ୍କା କମିବ ପେଟ୍ରୋଲ ଓ ଡିଜେଲ ଦର ! ଲୋକଙ୍କୁ ମିଳିବ ଆଶ୍ଵସ୍ତି

କମିବ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ୮ରୁ ୧୦ ଟଙ୍କା ହ୍ରାସ ପାଇଁ ପ୍ରସ୍ତାବ ରହିଛି । ଏହା ଉପରେ କେନ୍ଦ୍ର ସରକାର ବିଚାର କରୁଥିବା ସୂଚନା ମିଳିଛି । ନୂଆବର୍ଷ ପୂର୍ବରୁ ଦର ହ୍ରାସ ପାଇପାରେ ବୋଲି ଜଣାପଡ଼ିଛି । ଆଗକୁ ସାଧାରଣ ନିର୍ବାଚନ । ଏହାପୂର୍ବରୁ ତୈଳ ଦରରେ ବଡ଼ ଧରଣର ହ୍ରାସ କରି ଲୋକଙ୍କୁ ଆଶ୍ଵସ୍ତି ଦେଇପାରନ୍ତି କେନ୍ଦ୍ର ସରକାର ।

କେନ୍ୟୁଜ: କମିବ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ୮ରୁ ୧୦ ଟଙ୍କା ହ୍ରାସ ପାଇଁ ପ୍ରସ୍ତାବ ରହିଛି । ଏହା ଉପରେ କେନ୍ଦ୍ର ସରକାର ବିଚାର କରୁଥିବା ସୂଚନା ମିଳିଛି । ନୂଆବର୍ଷ ପୂର୍ବରୁ ଦର ହ୍ରାସ ପାଇପାରେ ବୋଲି ଜଣାପଡ଼ିଛି । ଆଗକୁ ସାଧାରଣ ନିର୍ବାଚନ । ଏହାପୂର୍ବରୁ ତୈଳ ଦରରେ ବଡ଼ ଧରଣର ହ୍ରାସ କରି ଲୋକଙ୍କୁ ଆଶ୍ଵସ୍ତି ଦେଇପାରନ୍ତି କେନ୍ଦ୍ର ସରକାର ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଘଟିଛି । ତେଣୁ ଦର ହ୍ରାସ ଲାଗି ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ପୂର୍ବରୁ ୨୦୨୨ ମେରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଲିଟର ଉପରେ ଯଥାକ୍ରମେ ୮ଟଙ୍କା ଓ ୬ ଟଙ୍କା ଉତ୍ପାଦ ଶଳ୍କ ହ୍ରାସ କରିଥିଲେ । ଦରଦାମ ବୃଦ୍ଧି ସ୍ଥିତିକୁ ନିୟନ୍ତ୍ରଣ ପାଇଁ ସରକାର ଏ ନିଷ୍ପତ୍ତି ନେଇଥିଲେ ।

ଏହି ତ୍ରୟ ମାସରେ, ସମସ୍ତ ତିନୋଟି କମ୍ପାନୀ ମିଳିତ ଭାବରେ ୨୮ ହଜାର କୋଟି ଟଙ୍କା ଲାଭ କରିଛନ୍ତି । ଏଥି ସହିତ, ଗତ ତିନି କ୍ୱାଟରରେ ସମସ୍ତ ତିନୋଟି ପେଟ୍ରୋଲିୟମ କମ୍ପାନୀ ମିଳିତ ଭାବରେ ମୋଟ ୧ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି । ପେଟ୍ରୋଲିୟମ କମ୍ପାନୀଗୁଡିକ ଗୋଟିଏ ଲିଟର ପେଟ୍ରୋଲରେ ୧୨ଟଙ୍କା ଏବଂ ଡିଜେଲରେ ୫ଟଙ୍କା ଲାଭ ନେଉଛନ୍ତି। ବିଶ୍ୱ ବଜାରରେ ଅଶୋଧିତ ତୌଳର ମୂଲ୍ୟ ଗତ ଏକ ବର୍ଷ ପାଇଁ ବ୍ୟାରେଲ ପିଛା ୭୫ଡଲାରରୁ କମ ରହିଛି ।

Leave A Reply

Your email address will not be published.