Below header

ଅମାନିଆ ହେବେ ସାବାଡ଼: ଆକ୍ସନରେ କମିଶନରେଟ୍‌ ପୋଲିସ, ବିଭିନ୍ନ ସ୍ଥାନରେ ହେଉଛି ନାଇଟ୍‌ ଚେକିଂ ଏବଂ ବ୍ଲକିଂ

ରାଜଧାନୀରେ ଏନକାଉଣ୍ଟର ପରେ ସୁରକ୍ଷା କଡ଼ାକଡ଼ି । ନୂଆବର୍ଷ ପୂର୍ବରୁ ବିଭିନ୍ନ ସ୍ଥାନରେ କମିସନରେଟ ପୋଲିସର ଜୋର ଦାର ବ୍ଲକିଂ ଓ ଚେକିଂ। ମଦ୍ୟପାନ କରି ଗାଡି ଚଳାଇଲେ ମୋଟା ଅଙ୍କର ଜରିମାନା ସହ ଗାଡିକୁ ଉଠାଇନେବ ପୋଲିସ । ରାଜଧାନୀର ସମସ୍ତ ମୁଖ୍ୟ ଛକ ଓ ବଜାରରେ ବ୍ୟାରିକେଡ୍ ଲଗାଇ ଯାଞ୍ଚ କରୁଛି ପୋଲିସ ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଏନକାଉଣ୍ଟର ପରେ ସୁରକ୍ଷା କଡ଼ାକଡ଼ି । ନୂଆବର୍ଷ ପୂର୍ବରୁ ବିଭିନ୍ନ ସ୍ଥାନରେ କମିସନରେଟ ପୋଲିସର ଜୋର ଦାର ବ୍ଲକିଂ ଓ ଚେକିଂ। ମଦ୍ୟପାନ କରି ଗାଡି ଚଳାଇଲେ ମୋଟା ଅଙ୍କର ଜରିମାନା ସହ ଗାଡିକୁ ଉଠାଇନେବ ପୋଲିସ । ରାଜଧାନୀର ସମସ୍ତ ମୁଖ୍ୟ ଛକ ଓ ବଜାରରେ ବ୍ୟାରିକେଡ୍ ଲଗାଇ ଯାଞ୍ଚ କରୁଛି ପୋଲିସ । ସମସ୍ତ ଗାଡ଼ିର କାଗଜ ପତ୍ର ଯାଞ୍ଚ କରାଯାଉଛି ।

ପୋଲିସ ପକ୍ଷରୁ ସବୁ ଗାଡିର ଫୋଟ ଉଠାଯାଉଛି । ଯେଉଁ ଗାଡିର କାଗଜ ଠିକ୍ ନାହିଁ ତାକୁ ଥାନାକୁ ଉଠାଇ ନେଉଛି ପୋଲିସ । ଆଗକୁ ଚେକିଂ ଓ ବ୍ଲକିଂକୁ ଅଧିକ କଡ଼ାକଡ଼ି କରିବ କମିସନରେଟ ପୋଲିସ । ଏଥିସହ ରାଜଧାନୀର ସମସ୍ତ ବସ୍ତି ଅଞ୍ଚଳରେ ମଧ୍ୟ ପୋଲିସ ଫୁଟ୍ ପାଟ୍ରୋଲିଂ କରୁଛି । ଖଟି ସ୍ଥାନରେ ମଧ୍ୟ ଚଢ଼ଉକୁ ଜୋରଦାର କରିବା ସହ ମଦୁଆଙ୍କୁ ଥାନାକୁ ଉଠାଇ ନେଉଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.