ଆହୁରି ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ୍‌: ପ୍ରେଟ୍ରୋଲିୟମ୍‌ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଆହୁରି ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ୍‌ । ଭାରତ ଗଚ୍ଛିିତ ରଖିଥିବା ଅଶୋଧିତ ତୈଳରୁ ୫୦ ଲକ୍ଷ ବ୍ୟାରେଲ ବାହାର କରିବ । ସମାନ ସମୟରେ ଆମେରିକା, ଜାପାନ, ଚୀନ୍‌ ଓ କୋରିଆ ମଧ୍ୟ ସେମାନଙ୍କ ଗଚ୍ଛିିତ ତୈଳ ବାହାର କରିବେ । ଏହି ସବୁ ଦେଶ ସହ ଆଲୋଚନା କରି ଗଚ୍ଛିିତ ଅଶୌଧିତ ତୈଳ ବାହାର କରିବ ଭାରତ । ଏ ନେଇ ପ୍ରେଟ୍ରୋଲିୟମ୍‌ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏବେ ଭାରତ ପାଖରେ ୨ କୋଟି ୬୫ ଲକ୍ଷ ବ୍ୟାରେଲ ଅଶୌଧିତ ତୈଳ ଗଚ୍ଛିିତ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହ୍ରାସ ପାଇଁ ଗଚ୍ଛିିତ ଅଶୌଧିତ ତୈଳ ବ୍ୟବହାର କରିବାକୁ ଅନ୍ୟ ଦେଶମାନଙ୍କୁ ଆମେରିକା କହିଛି। ସେହିପରି ଆମେରିକା ୫ କୋଟି ବ୍ୟାରେଲ ଗଚ୍ଛିିତ ତୈଳ ବାହାର କରିବ। ତୈଳ ଉତ୍ପାଦନ କମ୍‌ ଥିବାରୁ ଆନ୍ତର୍ଜାତିକ ବଜାରରେ ଅଶୌଧିତ ତୈଳ ଦର ଅଧିକ ରହିଛି । ଗଛିତ ତେଲ ବାହାର କଲେ ପେଟ୍ରୋଲ ଓ ଡିଜେଲ ଦାମ ଅଧିକ ଶସ୍ତା ହେବ ।

ଆମେରିକା ଏବଂ ଚୀନ ପରେ ଭାରତ ଏବେ ବିଶ୍ବର ତୃତୀୟ ବୃହତ ତେଲ ଉପଭୋକ୍ତା ଦେଶ । ଲିଷ୍ଟରେ ଜାପାନ, ଋଷ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ମଧ୍ୟ ରହିଛନ୍ତି । ଭାରତ ପକ୍ଷରୁ ବାରମ୍ବାର ପ୍ରସ୍ତାବ ଦିଆଯାଇଥିଲେ ସୁଦ୍ଧା ଏହି ସବୁ ଦେଶ ନିଜର କ୍ରୁଡ୍‌ ଅଏଲ ଭଣ୍ଡାର ଖୋଲିବାକୁ ଇଚ୍ଛା ପ୍ରକାଶ କରୁନଥିଲେ । ଏବେ ବିଭିନ୍ନ ଦେଶ ଏ ନେଇ ରାଜି ହେବା ପରେ ଭାରତ ମଧ୍ୟ ଷ୍ଟକ୍‌ ଗାର୍ଡ ଖୋଲିବାକୁ ରାଜି ହୋଇଛି । କିଛି ଦିନ ପୂର୍ବରୁ ପେଟ୍ରୋଲ ଉପରେ ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ କେନ୍ଦ୍ର ସରକାର । ଏହା ପରେ ଅନେକ ରାଜ୍ୟ ଭ୍ୟାଟ୍‌ ହ୍ରାସ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.