୪୫ ମିନିଟ ଯାଏ ଏୟାରସ୍ପେସ ଉପରେ ଘୂରି ବୁଲିଲା ଇରାନ ବିମାନ: ବିମାନରେ ବୋମା ଥିବା ଖବର ମିଳିଥିଲା

କେନ୍ୟୁଜ୍(ବ୍ୟୁରୋ): ଟଳିଲା ବିପଦ । ଭାରତ ବାୟୁସୀମା ବାହାରେ ଇରାନ ବିମାନ ଥିବା ନେଇ ଭାରତୀୟ ବାୟୁ ସେନା ପକ୍ଷରୁ ସୂଚନା ଦିଆଯାଇଛି । ବିମାନଟି ଭାରତୀୟ ବାୟୁ ସୀମା ଦେଇ ଚୀନ୍‌ ଯାଉଥିଲା । ବିମାନରେ ବୋମା ଥିବା ଖବର ମିଳିଥିଲା । ବୋମା ଥିବା ଖବର ପରେ ଇରାନର ବିମାନକୁ ଅବତରଣ ପାଇଁ ଭାରତ ଅନୁମତି ଦେଇନଥିଲା। ୪୫ ମିନିଟ ଯାଏ ଏୟାରସ୍ପେସ ଉପରେ ଘୂରି ବୁଲିଥିଲା ବିମାନ । ଇରାନ ବିମାନକୁ ପିଛା କରିଥିଲା IAF ବିମାନ। ପରେ ବିମାନକୁ ଚଣ୍ଡୀଗଡ, ଜୟପୁରରେ ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିଥିଲା। ତେବେ ଇରାନ ଏଜେନ୍ସି ପକ୍ଷରୁ ବୋମା ଧମକକୁ ଅଣଦେଖା କରିବାକୁ କହିବା ପରେ ପାଇଲଟ ବିମାନର ରୁଟ ପରିବର୍ତ୍ତନ ନକରି ଚୀନ ଆଡକୁ ଉଡାଣ ଭରିଛି। ଭାରତୀୟ ସୀମାରୁ ବାହାରିବା ପର୍ଯ୍ୟନ୍ତ ବିମାନ ଉପରେ ନଜର ରଖିଥିଲା ବାୟୁସେନା । ତେବେ ବିମାନରେ ବୋମା ଅଛି କି ନାହିଁ ସେ ନେଇ ଚୀନ ପକ୍ଷରୁ କୁହାଯାଇ ନାହିଁ ।

Leave A Reply

Your email address will not be published.