ଘରେ ପର୍ସ ଭୁଲି ସପିଂ କରିବାକୁ ଗଲେ ମହିଳା, ମାକେର୍ଟରେ ପ୍ରଧାନମନ୍ତ୍ରୀ ଭରିଲେ ବିଲ୍

କେବେ ଆପଣ ମାର୍କେଟ ସପିଂ କରିବାକୁ ଯାଇଛନ୍ତି ଏବଂ ଭୁଲରେ ଘରେ ପର୍ସ ଭୁଲି ଯାଇଛନ୍ତି କି ? କିନ୍ତୁ ଥରେ ଭାବନ୍ତୁ ଏପରି ସମୟରେ ଯଦି ଆପଣଙ୍କ ବିଲ ଦେଶର ପ୍ରଧାନମନ୍ତ୍ରୀ ବହନ କରନ୍ତି। କଥାଟି ଶୁଣିବାକୁ ଆଶ୍ଚର‌୍ୟ୍ୟ ଲାଗୁଥିଲେ ମଧ୍ୟ ସତ ! କିଛି ଏପରି ଘଟଣା ଘଟିଛି ନ୍ୟୁଜିଲ୍ୟଣ୍ଡର ଜଣେ ମହିଳାଙ୍କ ସହ।

ନିକଟରେ କ୍ରଇଷ୍ଟଚର୍ଚ ନାମକ ଜଣେ ମହିଳା ସୁପରମାର୍କେଟକୁ ତାଙ୍କର ଦୁଇ ସନ୍ତାନଙ୍କୁ ସାଙ୍ଗରେ ନେଇ ସପିଂ ପାଇଁ ଯାଇଥିଲେ।ସେଠାରେ ଅନେକ ରାସନ ଜିନିଷ କିଣିବା ପରେ ବିଲ ପାଇଁ ଲାଇନ ଠିଆ ହେବା ସମୟରେ ସେ ପର୍ସ ଆଣି ନଥିବା ଜାଣିପାରିଲେ। ଏନେଇ ସେ କଣ କରିବେ କିଛି ବୁଝି ପାରିନଥିଲେ।

NEW ZEALAND

ସବୁଠାରୁ ଆଶ୍ଚର‌୍ୟ୍ୟକର କଥା ହେଉଛି ମହିଳାଙ୍କୁ ଚିନ୍ତିତ ଦେଖି ସେହି ଲାଇନରେ ଠିଆ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେର୍ନ ତାଙ୍କର ସଂପୂର୍ଣ୍ଣ ବିଲ ପଇଠ କରିଥିଲେ। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କର ଖୁବ ପ୍ରଶଂସା କରାଯାଇଥିଲା। ସେ ଏହାର ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଜଣେ ମା ଏଣୁ ମୁଁ ସେହି ମହିଳାଙ୍କ ସାହାସ୍ୟ କରିଛି। ଘଟଣା ବିଷୟରେ ମହିଳାଙ୍କ ସାଙ୍ଗ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.