“ସେଦିନ କଥା ଭାବିଲେ ଆଜିବି ମନରେ ହୁଏ ଆଘାତ, ସିରିଜ୍ ସୁଟିଂ ପରେ ଅଟକାଇପାରୁ ନଥିଲି ନିଜ ଲୁହ” ସନି ଲିଓନି

ମୁମ୍ବାଇ : ବଲିଉଡ଼ର ‘ବେବି ଡଲ’ ଭାବେ ଜଣାଯାଉଥିବା ସନି ଲିଓନିଙ୍କ ଜୀବନି ଉପରେ ଆଧାରିତ ‘କରଣଜୀତ କୋର- ଦ ଅନଟୋଲ୍ଡ ଷ୍ଟୋରୀ ଅଫ ସନି ଲିଓନି’ର ଶେଷ ସିଜିନର ର୍ନିମାଣ ଏବେ ଶେଷ ହୋଇଯାଇଛି। ଏମିତିରେ ସେ ତାଙ୍କ ଅଭିଜ୍ଞତା ବିଷୟରେ ମିଡିଆ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ପ୍ରଥମ ସିଜିନ ଗୁଡିକର ସୁଟିଂ ସମୟରେ ତାଙ୍କର ଆଖିରୁ ଲୁହ ବାହାରିବା ବନ୍ଦ ହୋଇନଥିଲା। ସିଜିନ ଗୁଡିକ ତାଙ୍କ ଜୀବନୀ ଉପରେ ଆଧାରିତ ଯେଉଁଥିରେ ସେ ପର୍ଣ୍ଣ ଇଣ୍ଡଷ୍ଟ୍ରୀ ସହ କିପରି ଯୋଡି ହୋଇଥିଲେ ତାହା ବିଷୟରେ ମଧ୍ୟ କୁହାଯାଇଥିଲା।
ସନି ସିଜିନର ସୁଟିଂ ବିଷୟରେ କହିଛନ୍ତି, ସେ ଯେତେବେଳେ ସୁଟିଂ କରୁଥିଲେ ତାଙ୍କୁ ଜୀବନର ସେହି କଳା ଅଧ୍ୟାୟ ପୁଣି ଥରେ ବଞ୍ଚିବାକୁ ପଡୁଥିଲା। ଯାହାକୁ ସେ ବହୁ ଦିନ ହେବ ଭୁଲି ଯାଇଥିଲେ।
ସେ କହିଛନ୍ତି, ନିଶ୍ଚିତ ଭାବେ ମୋ ପାଇଁ ଜୀବନର ସେହି ସମୟକୁ ପୁଣି ଥରେ ବଞ୍ଚିବା କିଛି ସହଜ ନଥିଲା। ମୁଁ ଲୋକଙ୍କ ନଜରରେ କିଛି ଭିନ୍ନ ପ୍ରକାରର ଥିଲି। ମୋ ମାଙ୍କ ଦେହାନ୍ତ ସମୟରେ ମୋ ପିତା କ୍ୟାନ୍ସରରେ ପୀଡିତ ରହିଥିଲେ ଏବଂ କିଛି ଦିନ ପରେ ତାଙ୍କର ମଧ୍ୟ ଦେହାନ୍ତ ହୋଇଯାଇଥିଲା। ଏହାପରେ ମୁଁ ବିବାହ କରିବା ସହ ଭାରତରେ କାମ କରିବା ଆରମ୍ଭ କରିଲି। ସେହି ସମୟରେ ସବୁକିଛି ଏତେ ଶୀଘ୍ର ହେଉଥିଲା ମୁଁ କିଛି ଜାଣିପାରୁ ନଥିଲି।
ସେହି ସମୟରେ କିଛି ଏପରି ସ୍ଥିତି ମଧ୍ୟ ଥିଲା ଯାହା ମୋ ମନକୁ ଖୁବ ଯନ୍ତ୍ରଣା ଦେଉଥିଲା। ସିରିଜର ସୁଟିଂ ସମୟରେ ପୁଣି ସେହି ବିତିଥିବା ଯନ୍ତ୍ରଣାକୁ ଅନୁଭବ କରିବା ମୋ ପାଇଁ ସମ୍ଭବପର ନଥିଲା। କିନ୍ତୁ ଏହି ସମୟରେ ପ୍ରତିଟି ପାଦରେ ମୋ ସ୍ବାମୀ ଡାନିଏଲ ମୋ ସହ ଠିଆ ହୋଇଥିଲେ।
ସେ କହିଛନ୍ତି ପ୍ରଥମେ ତାଙ୍କୁ ଅ୍ରଭିନୟ ତଥା ଫିଲ୍ମ ଇଣ୍ଡଷ୍ଟ୍ରିରେ କେବଳ ଏକ ପପୁଲାରିଟି ଷ୍ଟଣ୍ଟ ଭାବେ ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ ବଲିଉଡ଼କୁ ସେ ଖୁବ ଭଲ ଭାବେ ଜାଣିଗଲେଣି । ଆପଣଙ୍କୁ କହିବାକୁ ଚାହିଁବୁ ସନି ଜିସ୍ମ୨ ଫିଲ୍ମରୁ ନିଜ ବଲିଉଡ଼ରେ ପାଦ ରଖିଥିଲେ। ଏହାପରେ ତାଙ୍କୁ ଏକ ପହେଲୀ ଲିଲା, ୱାନ ନାଇଟ ଷ୍ଟାଣ୍ଡ , ରଇସ ଆଦି ଫିଲ୍ମରେ ଦେଖିବାକୁ ମିଳିଛି ।