ମୋଦି-ବିଲ୍‌ ଗେଟ୍ସ ଆଲୋଚନା: ସବୁ ଗାଁରେ ଡିଜିଟାଲ ସେବା ପହଞ୍ଚାଇବାକୁ ଲକ୍ଷ୍ୟ

ବିଲ୍ ଗେଟ୍ସ-ମୋଦି ଆଲୋଚନା । ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟସଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାବାର୍ତ୍ତା । ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । AI , ଡିଜିଟାଲ ପେମେଣ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରିଛନ୍ତି।

ନୂଆଦିଲ୍ଲୀ : ବିଲ୍ ଗେଟ୍ସ-ମୋଦି ଆଲୋଚନା ।  ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟସଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାବାର୍ତ୍ତା । ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।  AI , ଡିଜିଟାଲ ପେମେଣ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରିଛନ୍ତି ।  ଆଲୋଚନା ସମୟରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ସରକାରଙ୍କ ଲକ୍ଷ୍ମୀ ଦିଦି ଯୋଜନାରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିଲ୍ ଗେଟ୍ସଙ୍କୁ ସୂଚନା ଦେଇଥିଲେ।

ସ୍ବାସ୍ଥ୍ୟ କ୍ଷେତ୍ର ଏବଂ ହସ୍ପିଟାଲକୁ ଡିଜିଟାଲ କରାଯାଇଛି । ଡିଜିଟାଲ କ୍ଷେତ୍ରରେ ଦେଶ ବହୁ ଆଗକୁ ଯାଇଛି । ମୋଦିଙ୍କ କହିବାକଥା, ଆମେ ଏବେ ଜି-୨୦ର ମୂଳ ଉଦ୍ଦେଶ୍ୟ ଏବଂ ଏହାର ସଫଳ ରୂପାୟନ ପାଇଁ କାମ କରୁଛୁ । ସାର୍ବଜନୀନ କ୍ଷେତ୍ରରେ ଡିଜିଟାଲ ଇନଫ୍ରାଷ୍ଟ୍ରକଚରର ଆବଶ୍ୟକତା ବଢ଼ିଛି ।  ଦେଶରେ ନମୋ ଡ୍ରୋନ ଯୋଜନା ଆରମ୍ଭ କରାଯାଇଛି ।  ମହିଳମାମାନେ ବୈଷୟିକ ଜ୍ଞାନ କୌଶଳ ସହ ଯୋଡି ହେଉଛନ୍ତି ।  ଏହାକୁ ନେଇ ମହିଳାମାନେ ବହୁତ ଖୁସି ଅଛନ୍ତି ।  ପୂର୍ବରୁ ସେମାନେ ସାଇକେଲ ଚଳାଇବା ଜାଣିନଥିଲେ ।  ଏବେ ମହିଳାମାନେ ପାଇଲଟ ହେଲେଣି, ଡ୍ରୋନ ଉଡ଼ାଇଲେଣି ବୋଲି କହିଛନ୍ତି ମୋଦି । ଏହି ସମୟରେ ଗେଟ୍ସ ଭାରତର ଡିଜିଟାଲ ପ୍ଲାଟଫର୍ମର ଯେପରି ବିକାଶ ହୋଇଛି ସେଥି ପାଇଁ ସରକାରଙ୍କୁ ପ୍ରଶଂସା କରିବା ସହ ଏହି ବିପ୍ଳବ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.