ପାରିବାରିକ କଳହ ହେଲା କଳା, ଜ୍ୱାଇଁର ଛୁରାମାଡ଼ରେ ଶଶୁରଙ୍କ ମୃତ୍ୟୁ

ପାରିବାରିକ କଳହର କରୁଣ ପରିଣତି । ଜ୍ୱାଇଁର ଛୁରାମାଡ଼ରେ ଶଶୁରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ନାରାୟଣପାଟଣା ବ୍ଳକ ବାସନାପୁଟ ଗାଁରେ । ଶଶୁରକୁ ଛୁରି ଭୁସି ହତ୍ୟା କରିବା ପରେ ଫେରାର ହୋଇଯାଇଛି ଜ୍ୱାଇଁ ।

ନାରାୟଣପାଟଣା (କେନ୍ୟୁଜ): ଜ୍ବାଇଁ ମାଡ଼ରେ ଶ୍ବଶୁର ମୃତ ।  କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ବାସନା ପୁଟଗାଁରେ ଅଭାବନୀୟ ଘଟଣା ।  ପାରିବାରିକ କଳହର କରୁଣ ପରିଣତି। ଗର୍ଭବତୀ ସ୍ତ୍ରୀକୁ ମେଡିକାଲରେ ଶ୍ଵଶୁର ଭର୍ତ୍ତି କରିବା ପଡ଼ିଲା ମହଙ୍ଗା ।  ନିଜ ଅନୁପସ୍ଥିତିରେ ମେଡ଼ିକାଲରେ ଭର୍ତ୍ତି କରିଥିବାରୁ ଉତକ୍ଷିପ୍ତ ହୋଇ ଶ୍ବଶୁର ରାମଚନ୍ଦ୍ର ହୁଲକାକୁ ଜ୍ବାଇଁ ଛୁରୀରେ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି  ।

ବାସନାପୁଟ ଗାଁରେ ହିଁ ଶ୍ବଶୁର ଓ ଜ୍ବାଇଁ ଘର ।  ଅଭିଯୁକ୍ତ ଜ୍ବାଇଁ ଶାତୁ ପ୍ରାସ୍କା କୁ ନାରାୟଣ ପାଟଣା ପୋଲିସ ଗିରଫ କରିଛି ।  ମୃତଦେହକୁ ଜବତ କରିଛି । ସାଇଣ୍ଟିଫିକ ଟିମ ଦ୍ବାରା ଘଟଣାର ତଦନ୍ତ କରାଯିବ ବୋଲି ନାରାୟଣପାଟଣା ଥାନା ଅଧିକାରୀ ସୁଷମା କଅଁର ଜଣାଇଛନ୍ତି । ଶାଶୁ ଏରା ହୁଲକା ନାରାୟଣପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.