ଜମ୍ମୁ-ଶ୍ରୀନଗର ରାଜରାସ୍ତାରେ ଭୟଙ୍କର ଦୁର୍ଘଟଣାରେ ୧୦ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଜମ୍ମୁରୁ ଶ୍ରୀନଗର ଯାଉଥିବା ଏକ ଯାତ୍ରୀବାହୀ କ୍ୟାବ (ଏସୟୁଭି) ରାମବନ ଜିଲ୍ଲାର ବ୍ୟାଟେରୀ ଚଶମା ନିକଟ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଥିବା ଏକ ଗଭୀର ଖାଲରେ ପଡ଼ିଯାଇଛି ।

ଜମ୍ମୁ କାଶ୍ମୀରରୁ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଜମ୍ମୁରୁ ଶ୍ରୀନଗର ଯାଉଥିବା ଏକ ଯାତ୍ରୀବାହୀ କ୍ୟାବ (ଏସୟୁଭି) ରାମବନ ଜିଲ୍ଲାର ବ୍ୟାଟେରୀ ଚଶମା ନିକଟ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଥିବା ଏକ ଗଭୀର ଖାଲରେ ପଡ଼ିଯାଇଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ୍‌ ଏସଡିଆରଏଫ ଏବଂ ସିଭିଲ୍‌ କ୍ୟୁଆରଟି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନାନୁସାରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ଏସୟୁଭି ଯାଉଥିବା ସମୟରେ ହଠାତ ତଳକୁ ଖସିଯାଇ ଏକ ଖାଲରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ଦଶ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ଏହି ଗାଡ଼ି ଶ୍ରୀନଗରରୁ ଜମ୍ମୁକୁ ଯାଉଥିଲା ଏବଂ ବିଳମ୍ବିତ ରାତି ପ୍ରାୟ ୧.୧୫ ମିନିଟ ସମୟରେ ଜିଲ୍ଲାର ବ୍ୟାଟେରୀ ଚଶମା ଅଞ୍ଚଳରେ ୩୦୦ ଫୁଟ ଗଭୀର ଖାଲରେ ପଡିଯାଇଥିଲା । ପରେ ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ସମସ୍ତ ମୃତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ପ୍ରବଳ ବର୍ଷା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଲଗାଣ ବର୍ଷାରେ ୧୦ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଙ୍କ ମଧ୍ୟରେ ଜମ୍ମୁରେ ଥିବା ଆମ୍ବ ଘୋର୍ଥାର କାର ଡ୍ରାଇଭର ବଲୱାନ ସିଂ ଏବଂ ବିହାରର ପଶ୍ଚିମ ଚମ୍ପାରଣର ବିପିନ ମୁଖିଆ ଭୈରଗଙ୍ଗ ସାମିଲ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.