ଅଯୋଧ୍ୟାରେ ରାମ ନବମୀକୁ ନେଇ ଚାଲିଛି ଆୟୋଜନ, ପ୍ରଶାସନ ଭକ୍ତଙ୍କ ପାଇଁ କରୁଛି ବିଶେଷ ବ୍ୟବସ୍ଥା

ଏହି ବର୍ଷ ରାମ ନବମୀ ଏପ୍ରିଲ ୧୭ରେ ପଡୁଛି । ତେବେ ଅଯୋଧ୍ୟାରେ ରାମନବମୀ ମେଳା ୯ ଦିନ ପର୍ଯ୍ୟନ୍ତ ଚାଲିବ । ତେବେ ଗୁରୁବାର ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବ ଦୁର୍ଗା ଶଙ୍କର ମିଶ୍ର ଏବଂ ଡିଜିପି ପ୍ରଶାନ୍ତ କୁମାର ଅଯୋଧ୍ୟାରେ ପହଞ୍ଚି ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହାପୂର୍ବରୁ ଉଭୟ ଅଧିକାରୀ ମନ୍ଦିର ପରିସର ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ଅଯୋଧ୍ୟାରେ ପ୍ରଥମ ରାମ ନବମୀକୁ ନେଇ ବିଶେଷ ଆୟୋଜନ ହେଉଛି । ତେବେ ଗୁରୁବାର ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବ ଦୁର୍ଗା ଶଙ୍କର ମିଶ୍ର ଏବଂ ଡିଜିପି ପ୍ରଶାନ୍ତ କୁମାର ଅଯୋଧ୍ୟାରେ ପହଞ୍ଚି ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହାପୂର୍ବରୁ ଉଭୟ ଅଧିକାରୀ ମନ୍ଦିର ପରିସର ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ରାମ ଜନ୍ମଭୂମି ପରିସରର ସୁରକ୍ଷା ସମ୍ପର୍କରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏହି ବୈଠକରେ କିପରି ଭକ୍ତମାନଙ୍କ ପାଇଁ ସହଜ ଦର୍ଶନ କରିବେ, ଖାଇବେ, ପିଇବେ, ସେଠାରେ ରହିବେ ଏବଂ ଚିକିତ୍ସା ଇତ୍ୟାଦି ସମେତ ସମସ୍ତ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବର୍ଷ ରାମ ନବମୀ ଏପ୍ରିଲ ୧୭ରେ ପଡୁଛି । ତେବେ ଅଯୋଧ୍ୟାରେ ରାମନବମୀ ମେଳା ୯ ଦିନ ପର୍ଯ୍ୟନ୍ତ ଚାଲିବ । ଏହାର ମୁଖ୍ୟ ପର୍ବ ଚୈତ୍ର ମାସର ଶୁକ୍ଲା ପକ୍ଷ ନବମ ତିଥିରେ ଶ୍ରୀ ରାମଙ୍କ ଜନ୍ମଉତ୍ସବ ପାଳନ କରାଯିବ । ଏହି ଉତ୍ସବ ଚୈତ୍ର ନବରାତ୍ରୀରେ ଆରମ୍ଭ ହେବ, ଏହା ପରେ ଅଯୋଧ୍ୟାରେ ୯ ଦିନ ପର୍ଯ୍ୟନ୍ତ ଏହି ମେଳା ରହିବ ।

ତେବେ ବହୁତ ସମୟ ଅପେକ୍ଷା ଏବଂ ସଂଘର୍ଷ ପରେ ଯେତେବେଳେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା, ସେତେବେଳେ ରାମ ଭକ୍ତଙ୍କ ଭକ୍ତି ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା । ଏବେ ପ୍ରାୟ ପ୍ରତିଦିନ ୨ ଲକ୍ଷ ଭକ୍ତ ମନ୍ଦିରର ପରିଦର୍ଶନ କରୁଛନ୍ତି । ବେଳେବେଳେ ଭକ୍ତଙ୍କ ସଂଖ୍ୟା ୪ ରୁ ୫ ଲକ୍ଷରେ ମଧ୍ୟ ପହଞ୍ଚିଯାଉଛି । ତେବେ ଏହି ସବୁ କଥାରୁ ଆପଣ ଅନୁମାନ କରିପାରିବେ, ଯେ ଯଦି ସାଧାରଣ ଦିନମାନଙ୍କରେ ଅଯୋଧ୍ୟାରେ ଏବେ ଭକ୍ତଙ୍କ ଭିଡ ହେଉଛି, ତାହେଲେ ରାମ ନବମୀରେ କେତେ ସଂଖ୍ୟାରେ ଭକ୍ତ ଆସିବେ ।

ଆଇଜି ପ୍ରବୀଣ କୁମାର କହିଛନ୍ତି ଯେ ଶ୍ରୀ ରାମ ନବମୀ ପର୍ବରେ ପ୍ରାୟ ୫୦ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ତେବେ ପ୍ରଥମ ରାମ ନବମୀ ଏପ୍ରିଲ ୧୭ରେ ମନ୍ଦିରରେ ପାଳନ କରାଯିବ । ଭିଡ଼ ପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବ ଏବଂ ଡିଜିପି ଅନେକ ନିର୍ଦ୍ଦେଶନାମା ଦେଇଛନ୍ତି । ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାରର ଅବହେଳା ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।

ଏହା ବ୍ୟତୀତ ଆଇଜି ଏହା ମଧ୍ୟ କହିଛନ୍ତି ଯେ ସମସ୍ତ ନିର୍ଦ୍ଦେଶ ପାଳନ କରାଯିବ । ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦେଶର କୋଣ ଅନୁକୋଣରୁ ରାମ ନବମୀ ମେଳାରେ ଆସୁଥିବା ଭକ୍ତଙ୍କ ସୁରକ୍ଷା ସମ୍ପର୍କରେ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ଯେଉଁଥିରେ ସମସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଦିଆଯାଇଥିବା ନିର୍ଦ୍ଦେଶକୁ ସଠିକ୍‌ ଭାବେ ପାଳନ କରିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.