Below header

ଦେଶର କରୋନା ସ୍ଥିତି ନେଇ ପିଏମ ମୋଦିଙ୍କ ସମୀକ୍ଷା ବୈଠକ, ‘ଓମିକ୍ରନ’ଉପରେ ଫୋକସ

ନୂଆଦିଲ୍ଲୀ(କେ ନ୍ୟୁଜ):  ଦେଶର କରୋନା ସ୍ଥିତି ଓ ଟିକାକରଣ ନେଇ ବରିଷ୍ଠ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ କ୍ୟାବିନେଟ ସଚିବ ରାଜୀବ ଗୌବା, ପିଏମଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜୀବ ଭୂଷଣ ଏବଂ ନୀତି ଆୟୋଗର ସଦସ୍ୟ ଭି.କେ. ପାଲ ପ୍ରମୁଖ ଉପସ୍ଥିତ ଅଛନ୍ତି । ବୈଠକରେ କରୋନା ଭାଇରସର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ନେଇ ଆଲୋଚନା ଚାଲିଛି । ଦକ୍ଷିଣ ଆଫ୍ରିକାରେ ନୂଆ ଭାରିଆଣ୍ଟ ହଇଚଇ ସୃଷ୍ଟି କରିବା ପରେ ପିଏମଙ୍କ ବୈଠକକୁ ଗୁରୁତ୍ୱ ଦିଆଯାଉଛି । ସେହିପରି ଟିକାକରଣ ବି ଫୋକସ୍‌ରେ ରହିଛି ।

ଭାରତରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ। ସତର୍କତା ଅବଲମ୍ବନ ପାଇଁ ସ୍ୱାସ୍ଥ୍ୟ ବିଭାଗ ସବୁ ରାଜ୍ୟକୁ ଚିଠି ଲେଖିଛି। ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋତ୍‌ସୱାନାରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ସହ ପରୀକ୍ଷା କରିବାକୁ କୁହାଯାଇଛି। ଏପଟେ ନୂଆ ଭାଇରସ ଚିହ୍ନଟ ଦେଶକୁ ଉଡାଣ ବନ୍ଦ କରିବାକୁ ଦିଲ୍ଲୀ ମୁ୍‌ଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରଓ୍ଵାଲ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.