ଏରୋ ଇଣ୍ଡିଆ ଶୋ ୨୦୨୩କୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ‘ଏହା କେବଳ ଏୟାର ଶୋ ନୁହେଁ ବରଂ ଭାରତର ସାମର୍ଥ୍ୟ’
ଏହା କେବଳ ଏୟାର ଶୋ ନୁହେଁ ବରଂ ଭାରତର ସାମର୍ଥ୍ୟ । ଆଜି ଭାରତ ପୂର୍ବ ଅପେକ୍ଷା ଅଧିକ ଉନ୍ନତି କରିଛି । ଏରୋ ଇଣ୍ଡିଆ ଶୋ ୨୦୨୩କୁ ଉଦ୍ଘାଟନ କରିବା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟେଲାହାନକାର ବାୟୁସେନା ଷ୍ଟେସନରେ ‘ଏରୋ ଇଣ୍ଡିଆ ୨୦୨୩’ ର ୧୪ ତମ ସଂସ୍କରଣର ଉଦ୍ଘାଟନ କରିଛନ୍ତି। ଏସିଆର ସବୁଠୁ ବଡ ଏରୋ ଶୋ ଡିଜାଇନ ନେତୃତ୍ୱରେ ଦେଶର ପ୍ରଗତି, ରକ୍ଷା ଅନ୍ତରୀକ୍ଷ ଏବଂ ଭବିଷ୍ୟର ପ୍ରୋଦ୍ୟୋଗିକକୁ ପ୍ରଦର୍ଶିତ କରିବ । ଏହାକୁ ନେଇ ମୋଦି କହିଛନ୍ତି, ପୂର୍ବାପେକ୍ଷା ଅଧିକ ଉନ୍ନତି ଏବଂ ନୂଆ ଭାରତର ସତ୍ୟତା ବୋଲି ଏରୋ ଇଣ୍ଡିଆ ପ୍ରମାଣ ଦେଉଛି । ଆଜି ଭାରତ ପୂର୍ବ ଅପେକ୍ଷା ଅଧିକ ଉନ୍ନତି କରିଛି । ଏହା କେବଳ ଏୟାର ଶୋ ନୁହେଁ ବରଂ ଭାରତର ସାମର୍ଥ୍ୟ ।
#WATCH कर्नाटक: बेंगलुरू में येलहंका के वायु सेना स्टेशन में एयरो इंडिया 2023 के 14वां संस्करण चल रहा है। प्रधानमंत्री नरेंद्र मोदी, रक्षा मंत्री राजनाथ सिंह व अन्य उपस्थित हैं।#AeroIndia2023 pic.twitter.com/RSVJMKEVa9
— ANI_HindiNews (@AHindinews) February 13, 2023
ଏହି ଏରୋ ଶୋରେ ପ୍ରଧାନମନ୍ତ୍ରୀଙ୍କ ସହିତ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଦେଶ ବିଦେଶର ଅନ୍ୟ ପ୍ରମୁଖ ଲୋକ ଉପସ୍ଥିତ ଥିଲେ ।ଏହି ଏୟାର ସୋ’ରେ ଭାରତ ସମେତ ପୂରା ବିଶ୍ୱର ୭୦୦ରୁ ଅଧିକ ପ୍ରଦର୍ଶକ ଭାଗ ନେଇଛନ୍ତି। ଲାଇଟ୍ କମ୍ବାର୍ଟ ହେଲିକପ୍ଟର ‘ ପ୍ରଚଣ୍ଡ’ ଏରୋବେଟିକ ପ୍ରଦର୍ଶନ କରୁଛନ୍ତି । ଦେଶ ତଥା ବିଦେଶର ପ୍ରଦର୍ଶକମାନେ ଏଥିରେ ଭାଗ ନେଉଛନ୍ତି। ଏହା ଏପର୍ଯ୍ୟନ୍ତ ସମସ୍ତ ରେକର୍ଡକୁ ଭଙ୍ଗ କରିଛି। ଏଥିରେ ଭାରତର ଏମଏସ୍ଏମଇ ମଧ୍ୟ ରହିଛି। ଏଥିରେ ସ୍ୱେଦେଶୀ ଷ୍ଟାର୍ଟଅପ ଏବଂ ବିଶ୍ୱର ଅନେକ ଜଣାଶୁଣା କମ୍ପାନୀ ମଧ୍ୟ ଭାଗ ନେଇଛନ୍ତି ।