Below header

‘ଯଶୋଭୂମି’ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ସବୁଠାରୁ ବଡ କନଭେନସନ ସେଣ୍ଟର

ଦିଲ୍ଲୀର ଦ୍ୱାରକାରେ ଯଶୋଭୂମିକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକାଥରକେ ଏଠାରେ ୧୧ ହଜାର ଲୋକ ବସିବାର ସୁବିଧା ମିଳିବ । ଏହାର ମୁଖ୍ୟ ସଭାଗାର ୭୩ ହଜାର ବର୍ଗ ମିଟରରେ ପରିବ୍ୟାପ୍ତ । ମୁଖ୍ୟ ସଭାଗାରରେ ଏକାଥରକେ ୬ ହଜାର ଲୋକ ବସିବାର କ୍ଷମତା ରହିଛି । ଏଥିରେ ୧୫ଟି କନଭେନସନ ରୁମ ଏବଂ ୧୩ଟି ମିଟିଂ ରୁମ ସାମିଲ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନ ଅବସରରେ ଦିଲ୍ଲୀର ଦ୍ୱାରକାରେ ଯଶୋଭୂମିକୁ ଉଦ୍‌ଘାଟନ କରିଛନ୍ତି । ଯଶୋଭୂମି ବିଶ୍ୱସ୍ତରୀୟ ଏକ୍ସପୋ ସେଣ୍ଟର । ୨୦୨୦ ଏକର ଜମିରେ ବ୍ୟାପିଥିବା ଏହି ଯଶୋଭୂମିରେ ଦେଶରେ ବୈଠକ, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଅୟୋଜନ ହୋଇପାରିବ । ଏହି ଅବସରରେ ମୋଦି ଶ୍ରମିକ, ମୂର୍ତ୍ତିକାର, ଶିଳ୍ପୀମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ।

ଯଶଭୂମିର ପ୍ରଥମ ପର୍ଯ୍ୟାୟ ନିର୍ମାଣ ଶେଷ ହୋଇଛି । ଆଉ ବାକି କାମ ଚାଲିଛି । ଏହା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଗଲେ ଏକାଥରକେ ଏଠାରେ ୧୧ ହଜାର ଲୋକ ବସିବାର ସୁବିଧା ମିଳିବ । ଏହାର ମୁଖ୍ୟ ସଭାଗାର ୭୩ ହଜାର ବର୍ଗ ମିଟରରେ ପରିବ୍ୟାପ୍ତ । ମୁଖ୍ୟ ସଭାଗାରରେ ଏକାଥରକେ ୬ ହଜାର ଲୋକ ବସିବାର କ୍ଷମତା ରହିଛି । ଏହି ଅଡିଟୋରିୟମ ଅଟୋମେଟିକ ସିଷ୍ଟମ ରହିଛି । ଏଥିରେ ୧୫ଟି କନଭେନସନ ରୁମ ଏବଂ ୧୩ଟି ମିଟିଂ ରୁମ ସାମିଲ ରହିଛି ।

ଏଥିରେ ସମୁଦାୟ ପ୍ରକଳ୍ପ କ୍ଷେତ୍ର ୮.୯ ଲକ୍ଷ ବର୍ଗ ମିଟରରୁ ଅଧିକ ଏବଂ ସମୁଦାୟ ୧.୮ ଲକ୍ଷ ବର୍ଗ ମିଟରରୁ ଅଧିକ ନିର୍ମାଣ ହୋଇଥିବା ଏହି ସମ୍ମିଳନୀ କେନ୍ଦ୍ର ବିଶ୍ୱର ସର୍ବବୃହତ MICE (ମିଟିଂ, ପ୍ରୋତ୍ସାହନ, ସମ୍ମିଳନୀ, ଏବଂ ପ୍ରଦର୍ଶନୀ) ସୁବିଧା ପାଇଁ ଗର୍ବ କରିବ। ଏହା ଦେଶର ସର୍ବବୃହତ LED media facade ।

ଏହା ପୂର୍ବରୁ ମୋଦି ଦ୍ୱାରକା ସେକ୍ଟରରେ ଥିବା ୨୫ ମେଟ୍ରୋ ଷ୍ଟେସନ ଉଦ୍‌ଘାଟନ କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ଧୋଲାକୂଆଁରୁ ଦ୍ୱାରକା ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିଲେ । ଏୟାରପୋର୍ଟ ଏକ୍ସପ୍ରେସ ଲାଇନର ବିସ୍ତାର କରି ଯଶଭୂମି ମେଟ୍ରୋ ଲାଇନ ସହିତ ଯୋଡା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.