‘ଆଗାମୀ ୧୦୦ ଦିନ ଉତ୍ସାହର ସହିତ କାମ କରିବାକୁ ପଡ଼ିବ’…, ଲୋକସଭା ନିର୍ବାଚନ ପୂର୍ବରୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ମୋଦି

ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ବିଜେପି ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ମୋଦି କାର୍ଯ୍ୟକର୍ତ୍ତାଙ୍କ ମନରେ ଜୋଶ୍‌ ଭରିଛନ୍ତି । ପିଏମ୍‌ କହିଛନ୍ତି ଯେ ଆଗାମୀ ୧୦୦ ଦିନ ସେମାନଙ୍କୁ ଜୋଶ୍‌ ଏବଂ ଉତ୍ସାହର ସହିତ କାମ କରିବାକୁ ପଡିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନରେ ଜୋଶ୍‌ ଭରିଛନ୍ତି । ପିଏମ୍‌ ମୋଦି କହିଛନ୍ତି ଯେ ଆଗାମୀ ୧୦୦ ଦିନ ସେମାନଙ୍କୁ ଜୋଶ୍‌ ଏବଂ ଉତ୍ସାହର ସହିତ କାମ କରିବାକୁ ପଡିବ । ଏହି ସମୟ ମଧ୍ୟରେ ସେମାନେ ପ୍ରତ୍ୟେକ ଭୋଟରଙ୍କ ନିକଟରେ ପହଞ୍ଚିବା ଉଚିତ୍ ।

ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ବିଜେପି ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ ଦାବି କରିଛନ୍ତି ଯେ ଦଳର କାର୍ଯ୍ୟକର୍ତ୍ତା ୨୪ ଘଣ୍ଟା ଦେଶ ସେବାରେ ନିୟୋଜିତ ଥାଆନ୍ତି ।

ସମ୍ମିଳନୀରେ ଦଳୀୟ କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି କି, ‘ଏଠାରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ବର୍ତ୍ତମାନ ଆଗାମୀ ୧୦୦ ଦିନ ନୂଆ ଶକ୍ତି, ନୂଆ ଉତ୍ସାହ, ନୂଆ ଉତ୍କଣ୍ଠା, ନୂଆ ବିଶ୍ୱାସ ଏବଂ ନୂଆ ଜୋଶ୍‌ର ସହିତ କାର୍ଯ୍ୟ କରିବାକୁ ପଡ଼ିବ’ ।

କାର୍ଯ୍ୟକର୍ତ୍ତାଙ୍କୁ ଅପିଲ୍‌ କରି ମୋଦି କହିଛନ୍ତି, ‘ଆଜି ଫେବୃୟାରୀ ୧୮, ଯେଉଁ ଯୁବଗୋଷ୍ଠୀ ୧୮ ବର୍ଷର ହୋଇଛନ୍ତି, ସେମାନେ ୧୮ତମ ଲୋକସଭା ନିର୍ବାଚନ କରିବାକୁ ଯାଉଛନ୍ତି । ଆମକୁ ଆଗାମୀ କିଛି ଦିନ ଲାଗିପଡ଼ିବାର ଅଛି ଏବଂ ପ୍ରତ୍ୟେକ ଭୋଟରଙ୍କ ନିକଟରେ ପହଞ୍ଚିବାର ଅଛି’ ।

ପିଏମ୍‌ ନିଜ ସମ୍ବୋଧନରେ ଆଚାର୍ଯ୍ୟ ଶ୍ରୀବିଦ୍ୟାସାଗର ଜୀ ମହାରାଜଙ୍କୁ ମନେ ପକାଇ କହିଥିଲେ ଯେ ‘ଆଜି ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ଜୀ ମହାରାଜଙ୍କୁ ଆଦରପୂର୍ବକ, ଶ୍ରଦ୍ଧାପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଏହା ମୋ ପାଇଁ ବ୍ୟକ୍ତିଗତ କ୍ଷତି ପରି । ବର୍ଷ ବର୍ଷ ଧରି ମୋତେ ବ୍ୟକ୍ତିଗତ ଭାବରେ ତାଙ୍କୁ ଭେଟିବାର ସୁଯୋଗ ମିଳିଛି’ ।

You might also like