ଆଜି ଲୋକାର୍ପିତ ହେବ ବିଶ୍ୱର ଦୀର୍ଘତମ ହାଇୱେ ଟନେଲ୍

ହିମାଚଳ ପ୍ରଦେଶ: ଆଜି ଲୋକାର୍ପିତ ହେବ ବିଶ୍ୱର ଦୀର୍ଘତମ ହାଇୱେ ଟନେଲ । ୧୦ ହଜାର ଫୁଟ ଲମ୍ବର ଅଟଳ ଟନେଲ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିମାଚଳ ପ୍ରଦେଶର ରୋହତଙ୍ଗରେ ସକାଳ ୧୦ଟା ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଗତକାଲି ମନାଲିରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମନାଲି-ଲେହ ରାସ୍ତାକୁ ସଂଯୋଗ କରୁଛି ଏହି ଅଟଳ ଟନେଲ୍‌ । ଏହାର ଓସାର ରହିଛି ୧୦.୫ ମିଟର ।

ଏହା ସହ ଏକ ମିଟର ଓସାରର ଫୁଟ୍‌ପାଥ୍‌ ମଧ୍ୟ ରହିଛି । ୧୦ ବର୍ଷରେ ପୂରା ହୋଇଛି ପ୍ରକଳ୍ପ । ୬ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ଥିବା ବେଳେ ସରିବାକୁ ୧୦ ବର୍ଷ ଲାଗିଛି । ଟନେଲ୍‌ର ପ୍ରତି ୬୦ ମିଟର ବ୍ୟବଧାନରେ ସିସିଟିଭି କ୍ୟାମେରା ଲାଗିଛି । ପ୍ରତି ୫୦୦ ମିଟର ବ୍ୟବଧାନରେ ଜରୁରୀ କାଳୀନ ପ୍ରସ୍ଥାନ ଦ୍ୱାର ରହିଛି । ଟନେଲ ଭିତରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ରହିଛି। ମନାଲି ଓ ଲେହ ମଧ୍ୟରେ ୪୬ କିଲୋମିଟର ଦୂରତା କମାଇବ ଏହି ଟନେଲ୍‌ । ଏହାର ଉତ୍ତର ପାର୍ଶ୍ୱ ରୋହତଙ୍ଗ ପାସ୍‌ ସହ ସଂଯୁକ୍ତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.