ଜାତିସଂଘ କ୍ଲାଇମେଟ୍ ଆକ୍ସନ ସମିତିରେ ବ୍ୟାବହାରିକ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ
କେନ୍ୟୁଜ୍ (ବ୍ୟୁରୋ): ଜଳବାୟୁ ସଂକଟର ମୁକାବିଲା ପାଇଁ ବିଶ୍ୱ ଯାହା କରୁଛି, ତାହା ଯଥେଷ୍ଟ ନୁହେଁ। ଏଥିପାଇଁ ‘ବିଶ୍ୱ ବ୍ୟାବହାରିକ ପରିବର୍ତ୍ତନ’ ର ଆବଶ୍ୟକତା ରହିଛି। ମିଳିତ ଜାତିସଂଘର କ୍ଲାଇମେଟ୍ ଆକ୍ସନ୍ ସମିତିରେ ଯୋଗ ଦେଇ ବଶ୍ୱ ସମୁଦାୟକୁ ବ୍ୟାବହାରିକ ପରିବର୍ତ୍ତନ ପାଇଁ ଆହ୍ଵାନ ଦେଇଛନ୍ତି ମୋଦି। ଏ କ୍ଷେତ୍ରରେ ଭାରତର ଯତ୍ନଶୀଳ ହେବ ବୋଲି ଜାତିସଂଘରେ ପ୍ରତିଶ୍ରୁତି ଦେଇଛନ୍ତି। ଭାରତ ଅଣଜୀବାସ୍ମ ଇନ୍ଧନ ବ୍ୟବହାର ବୃଦ୍ଧି କରିବ। ୨୦୨୨ ସୁଦ୍ଧା ଭାରତ ନବୀକରଣ ଶକ୍ତି ୧୭୫ ଜିଗାଓ୍ଵାଟରେ ପହଞ୍ଚାଇବ। ଭବିଷ୍ୟତରେ ଏହା ୪୦୦ ଜିଗାଓ୍ଵାଟ୍କୁ ବୃଦ୍ଧି କରାଯିବ ବୋଲି ମୋଦି ଘୋଷଣା କରିଛନ୍ତି। ଆଜିଠାରୁ ଜାତିସଂଘର ସାଧାରଣ ପରିଷଦ ବୈଠକ ଆରମ୍ଭ ହୋଇଥିବା ବେଳେ ମୋଦି ଜଳବାୟୁ ପରିବର୍ତ୍ତନକୁ ନେଇ ପ୍ରଥମ ବୈଠକ ଥିଲା।