Below header

ଧନୁଷକୋଡିରେ ପ୍ରଧାନମନ୍ତ୍ରୀ ମୋଦି : ରାମସେତୁ ସ୍ଥଳକୁ ପ୍ରଣାମ କଲେ, ସମୁଦ୍ର କୂଳରେ ବ୍ୟାୟାମ କଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନୁଷକୋଡିର ଆରିଚାଲ ମୁନାଇ ପଏଣ୍ଟରେ ପହଞ୍ଚିଛନ୍ତି । ରାମ ସେତୁ ଏଠାରେ ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ । ମୋଦି ସମୁଦ୍ର କୂଳରେ ବ୍ୟାୟାମ କରୁଥିବାର ନଜର ଆସିଛନ୍ତି । ଏହାସହିତ ରାମସେତୁ ସ୍ଥଳକୁ ପ୍ରଣାମ କରୁଛନ୍ତି । ସମୁଦ୍ରରେ ଜଳ ଅର୍ପଣ କରି ପୂଜା କରୁଛନ୍ତି ।

ସମଗ୍ର ଦେଶ ରାମମୟ । ଚାରିଆଡେ ଭକ୍ତିର ମାହୋଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାମ ଭକ୍ତରେ ଲୀନ ହୋଇଛନ୍ତି । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର କିଛି ଘଣ୍ଟା ବାକି ରହିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନୁଷକୋଡିର ଆରିଚାଲ ମୁନାଇ ପଏଣ୍ଟରେ ପହଞ୍ଚିଛନ୍ତି । ରାମ ସେତୁ ଏଠାରେ ନିର୍ମାଣ କରାଯାଇଥିଲା ବୋଲି କୁହାଯାଏ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭାଇରଲ ହେଉଥିବା ଫଟୋରେ ମୋଦି ସମୁଦ୍ର କୂଳରେ ବ୍ୟାୟାମ କରୁଥିବାର ନଜର ଆସିଛନ୍ତି । ଏହାସହିତ ରାମସେତୁ ସ୍ଥଳକୁ ପ୍ରଣାମ କରୁଛନ୍ତି । ସମୁଦ୍ରରେ ଜଳ ଅର୍ପଣ କରି ପୂଜା କରୁଛନ୍ତି । ଏହି ସ୍ଥାନରେ ଭଗବାନ ରାମ ରାବଣକୁ ହରାଇବାକୁ ଶପଥ ନେଇଥିଲେ ।

ଏହାପୂର୍ବରୁ ରଙ୍ଗନାଥସ୍ୱାମୀ ମନ୍ଦିରକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୋହିତମାନେ ଅଯୋଧ୍ୟାରେ ରାମ ମନ୍ଦିରକୁ ନେବା ପାଇଁ ଉପହାର ଦେଇଥିଲେ ।

ମୋଦି ଧନୁଷକୋଡିରେ ଥିବା କୋଠଣ୍ଡାରାମସ୍ୱାମୀ ମନ୍ଦିରକୁ ଦର୍ଶନ ପାଇଁ ଯାଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ତାମିଲନାଡୁ ଗସ୍ତରେ ଥାଇ ମଧ୍ୟ ମୋଦି ରାମ ଭକ୍ତିରେ ଲୀନ ରହିଛନ୍ତି ମୋଦି । ତାମିଲନାଡୁର ତିରୁଚିରାପଲ୍ଲୀରେ ଥିବା ପ୍ରାଚୀନ ମନ୍ଦିରର ସଭାପତି ପୁରୋହିତଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ଡାଲାରେ ଉପହାର ଦିଆଯାଇଥିଲା, ଯାହାକୁ ଅଯୋଧ୍ୟା ରାମ ମନ୍ଦିରକୁ ନିଆଯିବ । ଏହି ସମୟରେ ମୋଦି ହାତୀକୁ ଗୁଡ ଖୁଆଇ ଆଶୀର୍ବାଦ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.