ମହାକାଶରୁ କେମିତି ଦେଖାଯାଉଛି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ? ISRO ଦେଖାଇଲା ଝଲକ୍‌

ରାମଲାଲାଙ୍କ ଭବ୍ୟ ମନ୍ଦିରର ସାଟେଲାଇଟ୍‌ ଫଟୋ ସାମ୍ନାକୁ ଆସିଛି । ଏହି ସାଟେଲାଇଟ୍‌ ଫଟୋରେ ରାମ ମନ୍ଦିର ଓ ସରଯୁ ନଦୀ ସ୍ପଷ୍ଟ ଭାବରେ ନଜର ଆସୁଛି । ପୁନଃନିର୍ମିତ ଅଯୋଧ୍ୟା ରେଳ ଷ୍ଟେସନ ଓ ଦଶରଥ ମହଲ ମଧ୍ୟ ଫଟୋରେ ଦୃଶ୍ୟମାନ ହେଉଛି ।

ଉତ୍ତର ପ୍ରଦେଶର ଅଯୋଧ୍ୟା ଜିଲ୍ଲାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ତିଆରି କରାଯାଇଛି । ଆସନ୍ତାକାଲି ମନ୍ଦିରର ଶୁଭ ଉଦ୍‌ଘାଟନ କରାଯିବ । ଏହାସହିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହାରି ଭିତରେ ରାମଲାଲାଙ୍କ ଭବ୍ୟ ମନ୍ଦିରର ସାଟେଲାଇଟ୍‌ ଫଟୋ ସାମ୍ନାକୁ ଆସିଛି । ଏହି ସାଟେଲାଇଟ୍‌ ଫଟୋରେ ରାମ ମନ୍ଦିର ଓ ସରଯୁ ନଦୀ ସ୍ପଷ୍ଟ ଭାବରେ ନଜର ଆସୁଛି । ପୁନଃନିର୍ମିତ ଅଯୋଧ୍ୟା ରେଳ ଷ୍ଟେସନ ଓ ଦଶରଥ ମହଲ ମଧ୍ୟ ଫଟୋରେ ଦୃଶ୍ୟମାନ ହେଉଛି ।

ଇସ୍ରୋ ଦ୍ୱାରା ଜାରି ସାଟେଲାଇଟ୍‌ ଫଟୋରେ ୨.୭ ଏକର ଜାଗାରେ ପରିବ୍ୟାପ୍ତ ରାମ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯାଉଛି । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସ୍ୱଦେଶୀ ସାଟେଲାଇଟ୍‌ ଉପଯୋଗ କରି ମହାକାଶରୁ ଭବ୍ୟ ମନ୍ଦିରର ପ୍ରଥମ ଝଲକ୍‌ ଦେଖାଇଛି ।

କହି ରଖୁଛୁ, ଭାରତ ପାଖରେ ବର୍ତ୍ତମାନ ସମୟରେ ୫୦ରୁ ଅଧିକ ସାଟେଲାଇଟ୍‌ ମହାକାଶରେ ରହିଛି । ଇସ୍ରୋର ହାଇଦ୍ରାବାଦସ୍ଥିତ ରାଷ୍ଟ୍ରୀୟ ରିମୋଟ୍‌ ସେନ୍ସିଙ୍ଗ୍‌ ସେଣ୍ଟର ଅଯୋଧ୍ୟା ରାମ ମନ୍ଦିରର ଫଟୋ ଉଠାଇଛି ।

ମନ୍ଦିର ନିର୍ମାଣର ଅନ୍ୟ ପର୍ଯ୍ୟାୟରେ ମଧ୍ୟ ଇସ୍ରୋର ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଏହି ଭବ୍ୟ ପରିଯୋଜନାର ଏକ ପ୍ରମୁଖ ଆହ୍ଵାନ ଥିଲା, ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନ ପାଇଁ ସଠିକ୍‌ ସ୍ଥାନ ଚିହ୍ନଟ କରିବା । ମନ୍ଦିର ନିର୍ମାଣ ସମୟରେ ରାମଲାଲାଙ୍କ ପାଇଁ ପ୍ରକୃତ ସ୍ଥାନ ଚିହ୍ନଟ କରିବାର ଦାୟିତ୍ୱ ଇସ୍ରୋକୁ ଦିଆଯାଇଥିଲା । ମନ୍ଦିର ଟ୍ରଷ୍ଟ ଚାହୁଁଥିଲା ଯେ ରାମଲାଲାଙ୍କ ମୂର୍ତ୍ତି ୩X୬ ଫୁଟ ଜାଗାରେ ସ୍ଥାପନ ହେଉ, ଯେଉଁଠି ପ୍ରଭୁ ରାମଚନ୍ଦ୍ର ଜନ୍ମ ହୋଇଥିବା ବିଶ୍ୱାସ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.