ନାଗରିକତା ହିଂସାକୁ ନେଇ କଂଗ୍ରେସକୁ ଦାୟୀ କଲେ ପ୍ରଧାନମନ୍ତ୍ରୀ, କହିଲେ ବର୍ତ୍ତମାନ ଯାହା ହେଉଛି ତା’ ପଛରେ କଂଗ୍ରେସର ନିରବ ସମର୍ଥନ ରହିଛି

କେନ୍ୟୁଜ୍(ବ୍ୟୁରୋ):ନାକରିକତା ସଂଶୋଧନ ଆଇନକୁ ନେଇ ରାଜନୀତି ମଧ୍ୟ ତୀବ୍ର ହେବାରେ ଲାଗିଛି। ଅଶାନ୍ତି ପାଇଁ କଂଗ୍ରେସ ଓ ତାଙ୍କ ସହଯୋଗୀ ଦଳଙ୍କୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ଯାହା ହେଉଛି, ତା ପଛରେ କଂଗ୍ରେସର ନିରବ ସମର୍ଥନ ଥିବା ମୋଦି କହିଛନ୍ତି। ପୂର୍ବରୁ ପାକିସ୍ତାନ ଯେଉଁ କାମ କରୁଥିଲା ବର୍ତ୍ତମାନ କଂଗ୍ରେସ ତାହା କରୁଛି।ସେପଟେ ବିଜେପିର ସହଯୋଗୀ ଥିବା ଆସମ ଗଣ ପରିଷଦ ବିଲ୍‌କୁ ସଂସଦରେ ସମର୍ଥନ କରିଥିଲା। ଏବେ କିନ୍ତୁ ଆଇନକୁ ବିରୋଧ କରିଛି। ଆଇନ କାର୍ଯ୍ୟକାରିତା ନେଇ କୋର୍ଟରେ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ହେଉଥିବା ଜଣା ପଡିଛି। ଏହାସହ ଦଳର ନେତା ଏ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟିବେ। ସେପଟେ ବିଜେଡି ଭଳି, ଜେଡିୟୁ ମଧ୍ୟ ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରିଛି, କିନ୍ତୁ ଏନ୍‌ଆରସିକୁ ଦଳ ବିରୋଧ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.