ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆୟୋଜିତ ହେବ ୬୮ ତମ ସର୍ବଭାରତୀୟ ହକି ପ୍ରତିଯୋଗିତା

ଭୁବନେଶ୍ବର(କେନ୍ୟୁଜ୍):ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଚଳିତ ବର୍ଷ ଭୁବନେଶ୍ୱରରେ ଆୟୋଜିତ ହେଉଛି ୬୮ ତମ ସର୍ବଭାରତୀୟ ହକି ପ୍ରତିଯୋଗିତା-୨୦୧୯ । ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତା ୨୪ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ରେ ହେବ । ଏଥିରେ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ବଳରୁ ୨୫ଟି ଦଳ ଭାଗନେବେ । ପାଖାପାଖି ୫ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ପ୍ରତିଯୋଗିତା ଲିଗ୍‌ କମ୍‌ ନକ୍‌ ଆଉଟ୍‌ ଆଧାରରେ ଖେଳାଯିବ । ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ କ୍ରୀଡା ମାସ୍କଟ ‘ଓଲି’କୁ ଏହି ପ୍ରତିଯୋଗିତାରେ ମାସ୍କଟ ଭାବେ ଗ୍ରହଣ କରାଯାଇଛି । ପ୍ରତିଯୋଗିତା ପରିଚାଳନା ପାଇଁ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କମିଟି ଗଠନ କରାଯାଇଛି । ପୋଲିସ ଡିଜି ଅଭୟ ପରିଚାଳନା କମିଟିର ଅଧ୍ୟକ୍ଷ ଅଛନ୍ତି । ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ଓ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ପରିଚାଳନା କମିଟିର ଉପଧ୍ୟକ୍ଷ ଅଛନ୍ତି । କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ୨୧ ତାରିଖରୁ ଖେଳାଯିବ । ୨୪ ତାରିଖରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.