ରୋଜଗାର ମେଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ବାଣ୍ଟଲେ ୭୧ ହଜାର ନିଯୁକ୍ତି ପତ୍ର

ନୂଆଦିଲ୍ଲୀ : ରୋଜଗାର ମେଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କରି ନବନିଯୁକ୍ତ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମୋଦି। ନିଯୁକ୍ତି ସୁଯୋଗ ଏବଂ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ନିଯୁକ୍ତିପତ୍ର ମିଳିବା ପରେ ନୂଆ ଯାତ୍ରା ଆରମ୍ଭ ହେଲା। ଆପଣମାନେ ସମସ୍ତେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦେଶର ବିକାଶ ଯାତ୍ରାରେ ସକ୍ରିୟ ଅଂଶଗ୍ରହଣ ରହିବ ବୋଲି ନବନିଯୁକ୍ତଙ୍କୁ କହିଛନ୍ତି ମୋଦି।

ଜୁନିଅର ଇଞ୍ଜିନିୟର, ଲୋକୋ ପାଇଲଟ, ଟେକ୍ନିସିଆନ, ଇନିସପେକ୍ଟର, ଶିକ୍ଷକ, ନର୍ସ, ଗ୍ରାମୀଣ ଡାକ ସେବକ ଆଦି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ନବନିଯୁକ୍ତଙ୍କୁ ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିଛନ୍ତି ମୋଦି।