Below header

ପୋଲିସ୍‌ ଭ୍ୟାନରେ ସରିଗଲା ପେଟ୍ରୋଲ୍‌, ଭିତରେ ବସିଥିବା କଏଦୀ ଗାଡିକୁ ଠେଲି ଠେଲି ନେଲେ

ହଁ ଆଜ୍ଞା ଏକଥାଟା ଆପଣଙ୍କୁ ଅଡୁଆ ଲାଗୁଥାଇପାରେ । କିନ୍ତୁ କଥାଟା ପୂରାପୁରି ସତ । ଯିଏ ଦେଖୁଥିଲା ସେ ଆଶ୍ଚର୍ଯ୍ୟ ହେଉଥିଲା ଆଉ ଯିଏ ଶୁଣୁଥିଲା ସେ ବି ଆଶ୍ଚର୍ଯ୍ୟ ହେଉଥିଲା ଏ ଦୃଶ୍ୟ ଦେଖି ।

ପୋଲିସ୍‌ ଭ୍ୟାନରେ ସରିଗଲା ତେଲ । ଠେଲି ଠେଲି ନେଲେ କଏଦୀ । ହଁ ଆଜ୍ଞା ଏକଥାଟା ଆପଣଙ୍କୁ ଅଡୁଆ ଲାଗୁଥାଇପାରେ । କିନ୍ତୁ କଥାଟା ପୂରାପୁରି ସତ । ଯିଏ ଦେଖୁଥିଲା ସେ ଆଶ୍ଚର୍ଯ୍ୟ ହେଉଥିଲା ଆଉ ଯିଏ ଶୁଣୁଥିଲା ସେ ବି ଆଶ୍ଚର୍ଯ୍ୟ ହେଉଥିଲା ଏ ଦୃଶ୍ୟ ଦେଖି । ଆଶ୍ଚର୍ଯ୍ୟର କଥା ହେଉଛି ତେଲ ସରିବା ପରେ କୋର୍ଟ ଚାଲାଣ ହେଉଥିବା କଏଦୀ ମାନେ ଉକ୍ତ ଭ୍ୟାନକୁ ବେଶ୍‌ କିଛି ବାଟ ଠେଲି ଠେଲି ନେଲେ । ଅଣ୍ଟାରେ ଦଉଡି ବନ୍ଧା ହେଇଛି ହାତ ବି ବନ୍ଧା ହୋଇଛି । କଏଦୀ ମାନଙ୍କୁ ଏମିତି ପୋଲିସ ଭ୍ୟାନ୍‌ ଠେଲିବାର ଚିତ୍ର ଦେଖି ସମସ୍ତେ ଚକିତ ହୋଇଯାଇଥିଲେ । ଖାଲି କଣ ସେତିକି ଏ ଦୃଶ୍ୟ ଏବେ ଖୁବ୍‌ ଭାଇରାଲ ହେଉଛି ସୋସିଆଲ ମିଡିଆରେ ।

ଆପଣ କେବେବି ଏପରି କଥା ଶୁଣିନଥିବେ କି ଦେଖିନଥିବେ । ବିହାର ଭାଗଲପୁରର ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି । ପୋଲିସ ଗାଡିରେ ପେଟ୍ରୋଲ ସରିବା ପରେ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଚାରି ଜଣ କଏଦୀ ଧକ୍କା ମାରି ମାରି ନେଲେ । ତେବେ ଏହି ଘଟଣାରେ ପୋଲିସ ବୟାନ ଦେଇଛି ଯେ ଏହି ମାମଲା ସମ୍ପର୍କରେ ତାଙ୍କୁ ଜଣାନଥିଲା । ଏବେ ହିଁ ସେ ଜାଣିଲେ । ଏହାର ଯାଞ୍ଚ୍‌ କରିବା ସହିତ ଯିଏ ବି ଏଥିରେ ଦୋଷୀ ଥିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିହାଯିବ ବୋଲି କହିଛି ପୋଲିସ ।

ତେବେ ଯାହା ସୂଚନା ରହିଛି ଯେ ୪ ଅଭିଯୁକ୍ତଙ୍କୁ ମଦ ମାମଲାରେ ଗିରଫ କରାଯାଇଥିଲା । ତାଙ୍କୁ ବିଚାର ପାଇଁ ଭାଗଲପୁର ଅଣାଯାଇଥିଲା । କିନ୍ତୁ ସେମାନେ ଯାଉଥିବା ଗାଡିରେ ପେଟ୍ରୋଲ ହିଁ ସରିଗଲା । ଯାହାପରେ କଏଦୀମାନେ ଗାଡିକୁ ଧକ୍କା ଦେଇ ଠେଲି ଠେଲି ନେଇଥିଲେ । ତେବେ ଏହି ମାମଲାରେ ଯେତେବେଳେ ଚାଳକଙ୍କୁ ପ୍ରଶ୍ନ କରାଗଲା ସେ ଏହାକୁ ନେଇ ମନା କରିଦେଲେ । କିନ୍ତୁ ଗାଡିକୁ କଏଦୀ ଧକ୍କା ଦେଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ କଏଦୀମାନଙ୍କ ଅଣ୍ଟା ରସିରେ ବନ୍ଧା ହୋଇଛି ହାତ ବି ବନ୍ଧା ହୋଇଛି । ଆଉ ସେଥିରେ ସେମାନେ ଗାଡିକୁ ଧକ୍କା ଧକ୍କା ଦେଇ ନେଉଛନ୍ତି । ଆଉ ସେଇପାଖ ଦେଇ ଯାଉଥିବା ଲୋକ ଏହି ଦୃଶ୍ୟକୁ ଦେଖି ପୁରୁଣା ଦିନକୁ ମନେ ପକାଉଥିଲେ । ପୁରୁଣା ଦିନ ମାନଙ୍କରେ ଯେତେବେଳେ ଜିପ୍‌ ଥିଲା ଏବଂ ଷ୍ଟାର୍ଟ ହେଉନଥିଲା ସେତେବେଳେ କଏଦୀମାନଙ୍କ ଦ୍ୱାରା ଗାଡିକୁ ଧକ୍କା ଦିଆଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.