Below header

ପାକିସ୍ତାନରେ ପୁଣି ବିଦ୍ୟୁତ୍‌ ସଙ୍କଟ: ଟ୍ରାନ୍ସମିଶନ ଲାଇନ୍‌ ଠପ୍‌, କରାଚି ସମେତ ଅନ୍ଧାରରେ ଅନେକ ସହର

ପାକିସ୍ତାନରେ ପୁଣି ବିଦ୍ୟୁତ୍‌ ସଙ୍କଟ । ଟ୍ରାନ୍ସମିଶନ ଲାଇନ୍‌ ଠପ୍‌ ହେବା ଯୋଗୁଁ କରାଚି ସମେତ ଦେଶର ଅନେକ ସହରରେ ଅନ୍ଧାର । ବୈଷୟିକ ତ୍ରୁଟି ଯୋଗୁଁ ହାଇ ଟେନସନ (HT) କେବଲ ଟ୍ରିପ୍‌ ହୋଇଯାଇଛି ।

ପାକିସ୍ତାନରେ ପୁଣି ବିଜୁଳି ସଙ୍କଟ । ଟ୍ରାନ୍ସମିଶନ ଲାଇନ୍‌ ଠପ୍‌ ହେବା ଯୋଗୁଁ କରାଚି ସମେତ ଦେଶର ଅନେକ ସହରରେ ଅନ୍ଧାର । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, କରାଚିର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ଠପ୍‌ ହୋଇପଡିଛି। ବୈଷୟିକ ତ୍ରୁଟି ଯୋଗୁଁ ହାଇ ଟେନସନ କେବଲ ଟ୍ରିପ୍‌ ହୋଇଯାଇଛି । ଆଉ ଏଥିପାଇଁ କରାଚିର ୪୦ ପ୍ରତିଶତ ଅଞ୍ଚଳ ଅନ୍ଧାରରେ ରହିଛି । ଏହି କାରଣ ଯୋଗୁଁ ଅନେକ ଗ୍ରୀଡ଼ ଷ୍ଟେସନ ଟ୍ରିପ୍‌ ହୋଇଯାଇଛି ।

ରିପୋର୍ଟ ଅନୁସାରେ, କରାଚିର ଚୌରଙ୍ଗୀ, ସଦର, ଲାଇନ୍ସ ଏରିଆ, ଡିଫେନ୍ସ ହାଉସିଂ ଅଥରିଟି, ପଞ୍ଜାବ କଲୋନୀ, ଗୁଲିସ୍ତାନ-ଏ-ଜୌହର, କୋରଙ୍ଗୀରେ ମଧ୍ୟ ବିଜୁଳି ଠପ୍‌ ହୋଇପଡିଛି । ତେବେ କରାଚିରେ ବିଦ୍ୟୁତ ସପ୍ଲାଇ କରୁଥିବା କମ୍ପାନୀ ଏ ପର୍ଯ୍ୟନ୍ତ କୌଣସି ବୟାନ ଦେଇନାହିଁ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଜାନୁଆରୀରେ ମଧ୍ୟ ନ୍ୟାସନାଲ ଗ୍ରୀଡରେ ଫ୍ରିକ୍ୱେନ୍ସୀ ଏପଟସେପଟ ଯୋଗୁଁ ପାକିସ୍ତାନରେ ବିଦ୍ୟୁତ୍ ସଙ୍କଟ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ କରାଚି ଅନ୍ଧାରରେ ରହିଥିଲା । ଖାଦ୍ୟ ଆଉ ଅର୍ଥ ସଂକଟ ପରେ ବିଜୁଳି ସଂକଟ ପାକିସ୍ତାନରେ ହାହାକାର ପରିସ୍ଥିତି ସୃଷ୍ଟି କରିଥିଲା। ରାଜଧାନୀ ଇସଲାମାବାଦ, କରାଚି, ଲାହୋର, ପେଶାଓ୍ଵାର ଆଦି ପ୍ରମୁଖ ସହରରେ ବିଜୁଳି ନଥିଲା। ଘଣ୍ଟଘଣ୍ଟା ଧରି ବିଦ୍ୟୁତ୍ ନଥିବାରୁ କଲବଲ ହେଉଥିଲେ ଲୋକେ। ପାକିସ୍ତାନ ଜାତୀୟ ଗ୍ରୀଡ଼ରେ ବିଭ୍ରାଟ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.