ଅଫିସ ବାହାରେ ମହିଳାଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇ ଯୁବକ ଫେରାର, ଭାଇରାଲ୍ ହେଉଛି ଭିଡିଓ

ଅଫିସ ବାହାରେ ଛିଡ଼ା ହୋଇ କଥା ହେଉଥିବାବେଳେ ମହିଳାଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇ ଯୁବକ ଫେରାର। ସିସିଟିଭିରେ କଏଦ ହେଲା ଭିଜୁଆଲ୍। ଜାମୁଇ ବିହାର ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା।

ଜୋରଜବରଦସ୍ତ ଚୁମ୍ବନ । ଅଫିସ ବାହାରେ ଛିଡ଼ା ହୋଇ କଥା ହେଉଥିବା ବେଳେ ଜଣେ ମହିଳାଙ୍କୁ ଜୋର ଜବରଦସ୍ତ ଚୁମ୍ବନ । ପାଚେରୀ ଡେଇଁ ଜଣେ ଯୁବକ ଅଫିସ ପରିସରକୁ ଆସିଥିଲେ । ଆଉ ଚୁମ୍ବନ ଦେଇ ପଳାଇଥିଲେ। ଘଟଣା ଜାମୁଇ ବିହାର ଅଞ୍ଚଳର । ମହିଳା ଜଣଙ୍କ ଜଣେ ସ୍ୱାସ୍ଥ୍ୟକର୍ମୀ ବୋଲି ଜଣା ପଡ଼ିଛି। ଭିଜୁଆଲ ଏବେ ଭାଇରାଲ ହେବା ପରେ ପୋଲିସ ଘଟଣାର ତଦନ୍ତ କରିବା ସହିତ ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି।

ଖବର ଅନୁଯାୟୀ, ଅଜଣା ଯୁବକ ଜଣକ ପ୍ରଥମେ ଡାକ୍ତରଖାନାର ପାଚେରୀ ଡେଇଁଥିଲା। ଏହାପରେ ବାହାରେ ଫୋନରେ କଥା ହେଉଥିବା ମହିଳାଙ୍କୁ  ଟାର୍ଗେଟ କରିଥିଲା। ଏହାପରେ ପାଖରେ କେହି ନଥିବାର ସୁଯୋଗ ନେଇ, ମହିଳାଙ୍କ ବିନା ଅନୁମତିରେ ଜବରଦସ୍ତ ଧରି ତାଙ୍କୁ ଚୁମ୍ବନ ଦେଇଥିଲା। ଏହାପରେ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଭିଡିଓ ଫୁଟେଜରୁ ଏହା ସ୍ପଷ୍ଟ ହୋଇଛି ଯେ ପୀଡିତା ଏହି ଘଟଣା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଏହି ବିଷୟରେ ପଚାରିବାରୁ ମହିଳା ଜଣକ କହିଥିଲେ, ସେ ଜାଣିନାହାନ୍ତି ଯୁବକ ଜଣକ କାହିଁକି ଡାକ୍ତରଖାନା ପରିସରକୁ ଆସିଥିଲା। ସେହି ତାକୁ ଜମାରୁ ବି ଚିହ୍ନି ନାହାନ୍ତି। ସେ ଏହାସହ କହିଛନ୍ତି, ସେ ଯୁବକଟିର କ’ଣ କରିଛନ୍ତି? ସେ କାହିଁକି ତାଙ୍କୁ ଏମିତି ଶିକାର କଲା। ତେବେ ଏହି ଘଟଣା ପରେ ASDPO କହିଛନ୍ତି ଯେ, ପ୍ରଥମ ଥର ପାଇଁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.