ଜମ୍ମୁକଶ୍ମୀର ଓ ଲଦାଖକୁ ନୂଆ ନିର୍ମାଣର ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କହିଲେ ଧାରା ୩୭୦ରୁ ମୁକ୍ତି ଏକ ଐତିହାସିକ ନିଷ୍ପତ୍ତି

ନୂଆ ଜମ୍ମୁକଶ୍ମୀର ଓ ନୂଆ ଲଦାଖ ନିର୍ମାଣର ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଧାରା ୩୭୦ ଉଚ୍ଛେଦ ଓ ଜମ୍ମୁକଶ୍ମୀର ପୁନର୍ଗଠନ ବିଲ ସଂସଦରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଦେଶକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଧାରାର ଉଚ୍ଛେଦ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଆଇନ ପ୍ରଣେତା ବାବା ସାହେବ ଆମ୍ବେଦକର ଓ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ବାସ୍ତବ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଏହା ଏକ ଐତିହାସିକ ନିଷ୍ପତ୍ତି। ଏହା ଦ୍ୱାରା କେବଳ ଜମ୍ମୁ କଶ୍ମୀର ଓ ଲଦାଖ ନୁହେଁ, ବରଂ ସାରା ଦେଶର ଆର୍ଥିକ ପ୍ରଗତିରେ ସହଯୋଗ ହେବ। ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେବ ଓ ଏଠାକାର ସମସ୍ୟାର ସମାଧାନ ମଧ୍ୟ ହେବ। ଧାରା ୩୭୦ରୁ ମୁକ୍ତି ଏବେ ସତ ହୋଇଛି। କେନ୍ଦ୍ର ସରକାର ଜମ୍ମୁ କଶ୍ମୀରର ବିକାଶ ପାଇଁ ସମସ୍ତ ସହାୟତା କରିବେ। ଲଦାଖର ଯୁବପୀଢିକୁ ଉଚ୍ଚଶିକ୍ଷା ପାଇଁ ସର୍ବୋଚ୍ଚ ସଂସ୍ଥାନ ମିଳିପାରିବ। ଭିତ୍ତିଭୂମିର ତୀବ୍ର ବେଗରେ ଆଧୁନିକୀକରଣ ହେବ। ଧାରା ୩୭୦ ଉଚ୍ଛେଦ ଦ୍ୱାରା ନୂଆ ଯୁଗର ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.