ପ୍ରଧାନମନ୍ତ୍ରୀ ମୋଦି ବଜେଟ୍‌କୁ କଲେ ପ୍ରଶଂସା; କହିଲେ, ବିକଶିତ ଭାରତର ୪ ସ୍ତମ୍ଭକୁ କରିବ ସଶକ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉପସ୍ଥାପିତ ଅନ୍ତରୀଣ ବଜେଟକୁ ପ୍ରଶଂସା କରିଛନ୍ତି । ଏହି ବଜେଟ୍ ଗରିବ ଏବଂ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ରୋଜଗାର ସୃଷ୍ଟି କରିବ ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉପସ୍ଥାପିତ ଅନ୍ତରୀଣ ବଜେଟକୁ ପ୍ରଶଂସା କରିଛନ୍ତି । ଏହି ବଜେଟ୍ ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ରୋଜଗାର ସୃଷ୍ଟି କରିବ ବୋଲି ମୋଦି କହିଛନ୍ତି । ସେ କହିଛନ୍ତି ଯେ ଏହି ବଜେଟ୍ ମାଧ୍ୟମରେ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନାର ଲାଭ ମିଳିବ ।

ପିଏମ୍‌ କହିଛନ୍ତି, ବନ୍ଦେ ଭାରତ ଷ୍ଟାଣ୍ଡାର୍ଡର ୪୦ ହଜାର ବଗି ନିର୍ମାଣ କରି ସେଗୁଡ଼ିକୁ ସାଧାରଣ ଟ୍ରେନରେ ଲଗାଇବାକୁ ଘୋଷଣା କରାଯାଇଛି । ଏହାଦ୍ୱାରା କୋଟି କୋଟି ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରାର ଅନୁଭବ ମିଳିବ । ଏହି ବଜେଟ ଗରିବ ଓ ମଧ୍ୟବିତ୍ତଙ୍କ ସଶକ୍ତୀକରଣ ଏବଂ ସେମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛି । ମୋଦି କହିଛନ୍ତି ଯେ ଆମେ ଗରିବଙ୍କ ପାଇଁ ୨ କୋଟି ଘର ନିର୍ମାଣ କରିବାକୁ ଘୋଷଣା କରିଛୁ । ଆମର ଲକ୍ଷ୍ୟ ବର୍ତ୍ତମାନ ୩ କୋଟି ‘ଲକ୍ଷପତି ଦିଦି’ ସୃଷ୍ଟି କରିବା ।

ବଜେଟ୍ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜିର ବଜେଟ୍ ସମାବେଶୀ ଏବଂ ନୂତନ ଧରଣର ବଜେଟ୍ । ଏହା ବିକଶିତ ଭାରତର ୪ଟି ସ୍ତମ୍ଭ ଯୁବଗୋଷ୍ଠୀ, ଗରିବ, ମହିଳା ଏବଂ କୃଷକଙ୍କୁ ସଶକ୍ତ କରିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ବଜେଟ୍ ଦେଶର ଭବିଷ୍ୟତ ନିର୍ମାଣର ବଜେଟ୍ । ଏଥିରେ ୨୦୪୭ର ବିକଶିତ ଭାରତର ମୂଳଦୁଆ ସୁଦୃଢ଼ କରିବାର ଗ୍ୟାରେଣ୍ଟି ରହିଛି । ମୁଁ ଅର୍ଥମନ୍ତ୍ରୀ ଏବଂ ତାଙ୍କର ପୂରା ଟିମ୍‌କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ପିଏମ୍‌ ମୋଦି କହିଛନ୍ତି, ଏହି ବଜେଟରେ କୃଷକମାନଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହା ହେଉଛି ଯୁବ ଭାରତର ଯୁବ ଆକାଂକ୍ଷାର ପ୍ରତିବିମ୍ବ । ଆଜିର ବଜେଟରେ ଦେଶରେ ରିସର୍ଚ୍ଚ ଏବଂ ଇନୋଭେସନକୁ ମଜଭୁତ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.