Below header

ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୧୦ଟି ଗୁରୁତ୍ବପୂର୍ଣ୍ଣ ବୁଝାମଣାରେ କଲେ ସ୍ବାକ୍ଷର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଭୁଟାନ ଗସ୍ତର ଦ୍ୱିତୀୟ ଦିନ । ଆଜି ଥିମ୍ପୁରେରେ ଥିବା ଭୁଟାନ ରୟାଲ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଭାରତ ସବୁ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନର ପ୍ରମାଣ ସୃଷ୍ଟି କରୁଛି । ଗତ ୫ ବର୍ଷ ଭିତରେ ଏହା ଦ୍ୱିଗୁଣିତ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସହ ଭୁଟାନର ସଂପର୍କ ଅବର୍ଣ୍ଣନୀୟ । ଭୁଟାନ ନିଜର ଛୋଟ ଉପଗ୍ରହ ଡିଜାଇନ୍ ଓ ଲଞ୍ଚ କରିବା ପାଇଁ ଭୁଟାନର କିଛି ଯୁବ ବୈଜ୍ଞାନିକ ଭାରତ ଯାତ୍ରା କରିବେ । ଦିନେ ଭୁଟାନ ବୈଜ୍ଞାନିକ ସାଟେଲାଇନ୍ ତିଆରି କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ସରକାରଙ୍କ ସହିତ ୧୦ଟି ଗୁରୁତ୍ବପୂର୍ଣ୍ଣ ବୁଝାମଣାରେ ସ୍ବାକ୍ଷର କରିଛନ୍ତି। ମୋଦି ଓ ଭୁଟାନ ପ୍ରଧାନମନ୍ତ୍ରୀ ଗ୍ରାଉଣ୍ଡ ଆର୍ଥ ଷ୍ଟେସନ ଏବଂ ଷ୍ଟେଟକମ୍ ନେଟୱାର୍କ ଉଦଘାଟନ କରିଛନ୍ତି। ଇସ୍ରୋର ସହଯୋଗରେ ଏହାର ନିର୍ମାଣ ହେବ ବୋଲି ସୂଚନା ରହିଛି। ଏହାର ନିର୍ମାଣ ପରେ ଭୂଟାନବାସୀଙ୍କୁ ସୁବିଧା ହେବ।

ଦୁଇ ଦିନିଆ ଭୂଟାନ ଗସ୍ତରେ ମୋଦି ଶିକ୍ଷା, ରିସର୍ଚ୍ଚ, ଆଇଟି, ବିଦ୍ୟୁତ ସମେତ ୧୦ଟି ପ୍ରକଳ୍ପ ଉପରେ ସ୍ବାକ୍ଷର କରିଥିବା ସୂଚନା ରହିଛି। ତେବେ ଏହା ମଧ୍ୟ ଳଜଣାପଡିଛି ଯେ ମୋଦି ଭୂଟାନରେ ‘ରୂପେ କାର୍ଡ’ର ଶୁଭାରମ୍ଭ କରିଛନ୍ତି। ତେବେ ଏହି କାର୍ଡ ଶୁଭାରମ୍ଭ ହେବା ପରେ ଉଭୟ ଦେଶର ନାଗରିକଙ୍କ ପାଇଁ ସୁବିଧା ହେବ।

modi

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.