Below header

ଦୁଷ୍ଟାମି ଯୋଗୁଁ ପିଲାକୁ ବିଲଡିଂରୁ ଓଲଟା ଓହଳାଇ ଦେଲେ ପ୍ରିନ୍ସିପାଲ, ପ୍ରଧାନଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ

ଉତ୍ତର ପ୍ରଦେଶର ମିର୍ଜାପୁରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଥିରେ ଏକ ଘରୋଇ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଲଜ୍ଜାଜନକ କାର୍ଯ୍ୟ ସାମ୍ନାକୁ ଆସିଛି । ଏଠାରେ ଦୁଷ୍ଟାମି କରିଥିବା ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ଦଣ୍ଡ ଦେଇ ପ୍ରିନ୍ସିପାଲ ବିଲଡିଂ ଛାତରୁ ତାଙ୍କ ପାଦ ଧରି ଓଲଟା ଓହଳାଇ ରଖିଥିଲେ । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଶିଶୁର ଫଟୋ ଦିନକୁ ଦିନ ଭାଇରଲ ହେବାରେ ଲାଗିଛି । ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଲ୍ଲା ମାଜିଷ୍ଟ୍ରେଟ ଏହି ଘଟଣାରେ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାଟି ଅହରୌରାଠାରେ ଅବସ୍ଥିତ ସଦଭାବନା ଶିକ୍ଷଣ ସଂସ୍ଥାନ୍ ଜୁନିଅର ହାଇସ୍କୁଲ ଘରୋଇ ବିଦ୍ୟାଳୟର । ଯେଉଁଠି ଗୁରୁବାର ଅପରାହ୍ନରେ ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ଗୁପଚୁପ୍‌ ଖାଇବାବେଳେ ପିଲାମାନଙ୍କ ସହ ଦୁଷ୍ଟାମି କରିଥିବାରୁ ତାଙ୍କୁ ଏକ ଅଜବ ଦଣ୍ଡ ମିଳିଥିଲା । ଶିଶୁର ଦୁଷ୍ଟାମିରେ ରାଗିଯାଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ ବିଶ୍ୱକର୍ମା ଶିଶୁର ଗୋଟିଏ ଗୋଡ଼କୁ ଧରି ବିଲଡିଂ ତଳକୁ ଟାଙ୍ଗି ଦେଇଥିଲେ । ପିଲାଟି ଭୁଲ୍‌ ମାଗିବା ପରେ ପ୍ରିନ୍ସିପାଲ ତାଙ୍କୁ ବାହାରକୁ ଆଣିଥିଲେ। ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ଚାରିପାଖରେ ଅନ୍ୟ ପିଲାମାନେ ଥିଲେ ।

ଗୋଟେ ଛୋଟ ପିଲାକୁ ଏପରି ଡରାଇ ଦଣ୍ଡ ଦେବା ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଲୋକମାନେ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛନ୍ତି । ପୀଡିତା ଶିଶୁର ପିତା ନିକଟ ପୋଲିସ ଷ୍ଟେସନରେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.