ଦୀପାବଳି ଦିନ ପୂଜା କରିବା ସମୟରେ କରନ୍ତୁ ନାହିଁ ଭୁଲ୍‌, ସବୁଦିନ ପାଇଁ ଚାଲିଯିବେ ଲକ୍ଷ୍ମୀ

ଆଲୋକର ପର୍ବ ଦୀପାବଳି। କିଛି ଦିନ ପରେ ଏହି ପର୍ବକୁ ପାଳନ କରିବାକୁ ସମସ୍ତେ ଚାହିଁ ରହିଛନ୍ତି। ମାନ୍ୟତା ଅନୁସାରେ, ଭଗବାନ ରାମ ଏହି ଦିନ ଲଙ୍କା ଉପରେ ବିଜୟ ପ୍ରାପ୍ତ କରି ଏବଂ ନିଜ ୧୪ ବର୍ଷର ବନବାସ ସମ୍ପୂର୍ଣ୍ଣ କରି ଅଯୋଧ୍ୟା ଫେରିଥିଲେ । ତାଙ୍କ ଆସିବା ଖୁସିରେ ରାଜ୍ୟକୁ ଦୀପରେ ସଜାଯାଇଥିଲା । ସେବେଠାରୁ ଏହି ପର୍ବକୁ ପାଳନ କରାଯାଉଛି । ଲୋକମାନେ ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି । କୁହାଯାଏ ଧନର ଦେବୀ ମା ଲକ୍ଷ୍ମୀ ଏହି ଦିନ ଘରେ ପ୍ରବେଶ କରିଥାନ୍ତି ।

ଧନତେରସ ଦିନରୁ ଦୀପାବଳି ଉତ୍ସବ ପାଳନ କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଚଳିତବର୍ଷ ଦୀପାବଳି ୪ ନଭେମ୍ବର ଅର୍ଥାତ୍‌ ଗୁରୁବାର ଦିନ ପାଳନ କରାଯିବ। ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଏ। ଲକ୍ଷ୍ମୀ ମାତା ଧନ, ସଂପତ୍ତି ଏବଂ ଐଶ୍ୱର୍ଯ୍ୟର ଦେବୀ ଅଟନ୍ତି। ଏମିତିରେ ଦୀପାବଳିରେ ଲକ୍ଷ୍ମୀ ପୂଜା କରିବା ସମୟରେ କିଛି ଧ୍ୟାନ ରଖିବା ଜରୁରୀ। ମା’ଙ୍କୁ ପୂଜା କରିବା ସମୟରେ ଯେପରି କିଛି ଖରାପ ନ ହୁଏ, ସେକଥା ଧ୍ୟାନରେ ରଖନ୍ତୁ। ଦୀପାବଳି ଦିନ ଲକ୍ଷ୍ମୀପୂଜା ସମୟରେ କେଉଁ କଥା ଧ୍ୟାନରେ ରଖିବେ, ତାହା ଜାଣିରଖନ୍ତୁ…

Diwali

– ମା’ ଲକ୍ଷ୍ମୀଙ୍କ ପୂଜାରେ କିମ୍ବା ଭୋଗ ଲଗାଇବା ସମୟରେ ତୁଳସୀ, ତୁଳସୀ ମଞ୍ଜିର ପ୍ରୟୋଗ କରନ୍ତୁ ନାହିଁ। ଏମିତି କଲେ ମା’ ଲକ୍ଷ୍ମୀ ରୋଷ କରନ୍ତି। ଭଗବାନ ବିଷ୍ଣୁଙ୍କର ତୁଳସୀ ବହୁତ ପ୍ରିୟ। ତୁଳସୀଙ୍କ ବିବାହ ବିଷ୍ଣୁଙ୍କ ବିଗ୍ରହ ସ୍ୱରୂପ ଶାଳଗ୍ରାମ ସହିତ ହୋଇଥିଲା। ଯାହା କାରଣରୁ ଦୁହେଁ ସଉତୁଣୀ। ତେଣୁ ସେମାନଙ୍କ ମଧ୍ୟରେ ପଡେ ନାହିଁ।

– ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ କେବଳ ନାଲି ରଙ୍ଗର ଜିନିଷ ମା’ଙ୍କୁ ଅର୍ପଣ କରନ୍ତୁ। ପୂଜାରେ ଧଳା ଫୁଲ କେବେ ବି ଅର୍ପଣ କରନ୍ତୁ ନାହିଁ। ଏମିତି କଲେ ମା’ ଲକ୍ଷ୍ମୀ କୋଷ କରନ୍ତି।

– ମା’ ଲକ୍ଷ୍ମୀଙ୍କ ପୂଜା କରିବା ସହିତ ଗଣେଶଙ୍କ ପୂଜା ନିଶ୍ଚିତ କରନ୍ତୁ। ଏହା ପରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା ମଧ୍ୟ କରନ୍ତୁ। ଗଣେଶଙ୍କ ବନ୍ଦନା ବିନା ଲକ୍ଷ୍ମୀ ପୂଜା ସଫଳ ହୁଏ ନାହିଁ।

– ନଡ଼ିଆକୁ ସବୁଠୁ ପବିତ୍ର ଫଳ କୁହାଯାଏ। ଏଣୁ ନଡ଼ିଆର ଅନ୍ୟ ନାମ ହେଉଛି ଶ୍ରୀଫଳ। ମହାଲକ୍ଷ୍ମୀଙ୍କୁ ଦୀପାବଳିରେ ନଡ଼ିଆ ବର୍ଫି କିମ୍ବା ନଡ଼ିଆ ଲଡ଼ୁ ଭୋଗ ଭାବେ ଅର୍ପଣ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.